ବାଲେଶ୍ବର: ଦୀର୍ଘମାସର ବ୍ୟବଧାନ ପରେ ପୁଣିଥରେ ସ୍କୁଲ ପରିସର ହେବ ଚଳଚଞ୍ଚଳ। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣି ସୃଷ୍ଟିହେବ ଶୈକ୍ଷିକ ପରିବେଶ। ଏନେଇ ବାଲେଶ୍ଵର ଜିଲ୍ଲାସ୍କୁଲ ପରିସର ସମେତ କ୍ଳାସରୁମରେ ପିଲାଙ୍କ ପାଠପଢା ପାଇଁ ନିଆଯାଇଛି ବହୁ ପଦକ୍ଷେପ।
ଆସନ୍ତା 8 ତାରିଖରୁ ସ୍କୁଲ ଖୋଲିବା ନେଇ ଶିକ୍ଷାବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ସରକାରୀ ଗାଇଡ଼ଲାଇନ ଅନୁସାରେ, ସ୍କୁଲ ପରିସର ସାନିଟାଇଜ କରାଯିବା ସହ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ବଜାୟ ରଖି ଆରମ୍ଭ ହେବ କ୍ଳାସ।