ଓଡିଶା

odisha

ETV Bharat / state

ନାସାକୁ ମନୋନୀତ ସ୍କୁଲ ପିଲା, ମହାକାଶକୁ ଅଧିକ ଜାଣିବାର ସୁଯୋଗ

Students selected for NASA programme: ବାଲେଶ୍ଵର ତାମୂଳିଆ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର 10 ଜଣ ପିଲା ନାସା ଯିବାପାଇଁ ମନୋନୀତ ହୋଇଛନ୍ତି । ସେଠାକୁ ଯାଇ ସ୍ପେସ୍ ,ସ୍ପେସ କଲୋନାଇଜେସନ ଆଦି ବିଷୟରେ ଅଧିକ ଜ୍ଞାନ ଆହରଣ କରିବେ । ଅଧିକ ପଢନ୍ତୁ

ନାସାକୁ ମନୋନୀତ ସ୍କୁଲ ପିଲା , ମହାକାଶକୁ ଅଧିକ ଜାଣିବାର ସୁଯୋଗ
ନାସାକୁ ମନୋନୀତ ସ୍କୁଲ ପିଲା , ମହାକାଶକୁ ଅଧିକ ଜାଣିବାର ସୁଯୋଗ

By ETV Bharat Odisha Team

Published : Nov 23, 2023, 8:44 PM IST

ନାସାକୁ ମନୋନୀତ ସ୍କୁଲ ପିଲା , ମହାକାଶକୁ ଅଧିକ ଜାଣିବାର ସୁଯୋଗ

ବାଲେଶ୍ଵର: ପାଠପଢା ସାଙ୍ଗକୁ ଏବେ ବିଭିନ୍ନ ଘରୋଇ ଏବଂ ସରକାରୀ ସ୍କୁଲରେ ପିଲାମାନଙ୍କୁ ଅନେକ ପ୍ରକାର ଖେଳକୁଦ ଏବଂ ପ୍ରତିଭା ଚୟନର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ସେହିପରି ବାଲେଶ୍ଵର ତାମୂଳିଆ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର 10 ଜଣ ପିଲା ନାସା ଯିବାପାଇଁ ମନୋନୀତ ହୋଇଛନ୍ତି । ଏଥିପାଇଁ ପିଲାମାନେ ବେଶ ଉତ୍ସାହିତ ଥିବା ବେଳେ ସ୍କୁଲର କର୍ତ୍ତୃପକ୍ଷ ମଧ୍ୟ ବେଶ ଗର୍ବିତ ଅନୁଭବ କରିଛନ୍ତି । ପାଠପଢା ସାଙ୍ଗକୁ ଯେଉଁ ପିଲାର ଯେଉଁଥିରେ ଆଗ୍ରହ ରହିଛି ତାହା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ତାକୁ ଦେଖି ସେମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି । ସେହିପରି ସ୍କୁଲରେ ପଢ଼ୁଥିବା ପିଲାମାନଙ୍କ ମଧ୍ୟରେ ବିଜ୍ଞାନ ଓ ବୈଜ୍ଞାନିକ ମାନଙ୍କ ଉଦ୍ୟମ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ ପାଇଥିଲା । ନିକଟରେ ଚନ୍ଦ୍ରଯାନ 3 ସଫଳ ଭାବେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ ହେବାପରେ ଭାରତୀୟମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ବୈଜ୍ଞାନିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଦେଶବାସୀଙ୍କୁ ଗର୍ବିତ କରିଥିଲା । ଏହାକୁ ନେଇ ଅନେକ ପିଲାମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହ ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ ...ଅନ୍ତଃଜିଲ୍ଲା ମୁଷ୍ଟିଯୁଦ୍ଧ ପ୍ରତିଯୋଗିତା; ବାଲେଶ୍ଵର ପୁଅ ଆଣିଲେ ସ୍ୱର୍ଣ୍ଣ ପଦକ

ଯେଉଁମାନଙ୍କର ମହାକାଶ ସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଆଗ୍ରହ ରହିଛି ସେହିଭଳି 15 ଜଣ ପିଲାଙ୍କୁ ସ୍କୁଲ ପକ୍ଷରୁ ମନୋନୀତ କରାଯାଇଥିଲା। ସେମାନଙ୍କର ପ୍ରୋଜେକ୍ଟ ରିପୋର୍ଟ ଦାଖଲ ପରେ ସେମାନଙ୍କ ମଧ୍ୟରୁ 10 ଜଣଙ୍କୁ ନାସା ଯିବାପାଇଁ ଅନୁମତି ମିଳିଥିବା ଜଣାପଡିଛି । ମହାକାଶରେ କେମିତି ଗ୍ରହ ଉପଗ୍ରହ ଚଳ ପ୍ରଚଳ ହେଉଛନ୍ତି ସେ ସମ୍ପର୍କରେ ଜାଣିବା ପାଇଁ ଏହି ଘରୋଇ ସ୍କୁଲର 10 ଜଣ ଛାତ୍ରଛାତ୍ରୀ ନାସା ଯିବାପାଇଁ ମନୋନୀତ ହୋଇଛନ୍ତି । ଏଥିପାଇଁ ସେମାନଙ୍କ ଭିସା ମଧ୍ୟ ଆବେଦନ ସରିଛି ।

ନାସାକୁ ମନୋନୀତ ପିଲା ମାନେ ସେଠାକୁ ଯାଇ ସ୍ପେସ୍ ,ସ୍ପେସ କଲୋନାଇଜେସନ, ସ୍ପେସ ମାଇନିଙ୍ଗ, ସ୍ପେସ ଟୁରିଜିମ୍ ଆଦି ମହାକାଶ ବିଜ୍ଞାନ ସମ୍ପନ୍ଧିତ ଧାରଣା ସମ୍ପର୍କିତ ଭର୍ଚୁଆଲ କ୍ଲାସରେ ଅଂଶ ଗ୍ରହଣ କରିିବେ । ଯାହା ଫଳରେ ସେମାନେ ମହାକାଶ ବିଷୟରେ ଅଧିକ ଜ୍ଞାନ ଆହରଣ କରି ପାରିବେ । ଆଜି ସେମାନଙ୍କୁ ଆହୁରି ପ୍ରୋତ୍ସାହିତ କରିବା ପାଇଁ ଡିଆରଡିଓର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଚିତ୍ତରଞ୍ଜନ ଓଝା ସ୍କୁଲରେ ପହଂଚି ପିଲାମାନଙ୍କୁ ନାସା କିଟ ପ୍ରଦାନ କରିଥିଲେ । ତେବେ ଏହାକୁ ନେଇ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details