ବାଲେଶ୍ବର:ପୁନଃନିଯୁକ୍ତି ଦାବିରେ ବିଦ୍ୟାଳୟ ସଂଯୋଜକଙ୍କ ଧାରଣା । ବାଲେଶ୍ବର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ବିଦ୍ୟାଳୟ ସଂଯୋଜକମାନଙ୍କୁ ଛଟେଇ ପ୍ରତିବାଦରେ ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଏବଂ ପୁନଃନିଯୁକ୍ତି ସହ ସ୍ଥାୟୀ ନିଯୁକ୍ତି ପାଇଁ ଦାବି ରଖିଛନ୍ତି ।
ପୁନଃନିଯୁକ୍ତି ଦାବିରେ ସ୍କୁଲ ସଂଯୋଜକଙ୍କ ଧାରଣା - ବାଲେଶ୍ବର ସ୍କୁଲ ସଂଯୋଜକ
ପୁନଃନିଯୁକ୍ତି ଦାବିରେ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଦ୍ୟାଳୟ ସଂଯୋଜକଙ୍କ ଧାରଣା । ଅଧିକ ପଢନ୍ତୁ...

ପୁନଃନିଯୁକ୍ତି ଦାବିରେ ସ୍କୁଲ ସଂଯୋଜକଙ୍କ ଧାରଣା
ପୁନଃନିଯୁକ୍ତି ଦାବିରେ ସ୍କୁଲ ସଂଯୋଜକଙ୍କ ଧାରଣା
ସୂଚନାଯୋଗ୍ୟ, ଜିଲ୍ଲାର 272ଟି ବିଦ୍ୟାଳୟରେ ଠିକା ଭାବେ 5 ବର୍ଷେ ପୂର୍ବେ ସଂଯୋଜକ ନିଯୁକ୍ତ ହୋଇଥିଲେ । ସେମାନେ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଦେଉଥିଲେ । ମାତ୍ର ଦୁଇ ବର୍ଷ ପୂର୍ବରୁ ସେମାନଙ୍କୁ ଛଟେଇ କରିଦିଆଯାଇଛି । ଯଦ୍ବାରା ଗରିବ ପିଲାମାନେ ବିଦ୍ୟାଳୟରେ କମ୍ୟୁଟର ଶିକ୍ଷାଦାନରୁ ବଞ୍ଚିତ ହେଉଥିବା କୁହାଯାଇଛି । ଏଥିପାଇଁ ସଂଯୋଜକମାନଙ୍କୁ ପୁନଃନିଯୁକ୍ତ ଓ ସରକାରୀ ମାନ୍ୟତା ଦେବା ପାଇଁ ସେମାନେ ଦାବି କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ