ଓଡିଶା

odisha

ETV Bharat / state

ସାଇକେଲରେ ବୁଲିଲେଣି 25 ରାଜ୍ୟ, ବାଣ୍ଟୁଛନ୍ତି ପରିବେଶ ସଚେତନତା ବାର୍ତ୍ତା - ସମାଜସେବୀ ସତ୍ୟବ୍ରତ ଦାସ

ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁ । ଏହି ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଭୁବନେଶ୍ବରର ଯୁବ ସମାଜସେବୀ ସତ୍ୟବ୍ରତ ଦାସ । 25ଟି ରାଜ୍ୟ ବୁଲିବା ପରେ ଆଜି ସେ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ପହଞ୍ଚିଥିଲେ । ଅଧିକ ପଢ଼ନ୍ତୁ

ସାଇକେଲରେ ବୁଲିଲେଣି 25 ରାଜ୍ୟ, ବାଣ୍ଟୁଛନ୍ତି ପରିବେଶ ସଚେତନତା ବାର୍ତ୍ତା
ସାଇକେଲରେ ବୁଲିଲେଣି 25 ରାଜ୍ୟ, ବାଣ୍ଟୁଛନ୍ତି ପରିବେଶ ସଚେତନତା ବାର୍ତ୍ତା

By

Published : Oct 7, 2022, 6:24 PM IST

ବାଲେଶ୍ବର: ସାଇକେଲରେ ଭାରତ ଭ୍ରମଣ । ଭାରତ ଭ୍ରମଣ ବେଳେ ଗଛ ଲଗାନ୍ତୁ ଜୀବନ ବଞ୍ଚାନ୍ତୁର ବାର୍ତ୍ତା ବାଣ୍ଟୁଛନ୍ତି ସମାଜସେବୀ ସତ୍ୟବ୍ରତ ଦାସ । ସାଇକେଲ ଯୋଗେ ସାରା ଦେଶ ବୁଲି ଆଜିକୁ ଛଅ ମାସ ଧରି ଯାତ୍ରା ଜାରି ରଖିଛନ୍ତି । କିଛି ଦିନ ପରେ ତାଙ୍କର ଏହି ସଚେତନତା ଯାତ୍ରା ପୁରୀ ବଡ଼ଦାଣ୍ଡରେ ଶେଷ ହେବାକୁ ଥିବା ବେଳେ ଆଜି ସେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ପହଞ୍ଚିଥିଲେ ।

ସାଇକେଲରେ ବୁଲିଲେଣି 25 ରାଜ୍ୟ, ବାଣ୍ଟୁଛନ୍ତି ପରିବେଶ ସଚେତନତା ବାର୍ତ୍ତା

ଭୁବନେଶ୍ୱର ଫୁଲନଖରା ଅଞ୍ଚଳରେ ଯୁବ ସମାଜସେବୀ ସତ୍ୟବ୍ରତ ଦାସ ସାଇକେଲରେ 25ଟି ରାଜ୍ୟ ବୁଲିବୁଲି ପରିବେଶ ସଚେତନତା ବାର୍ତ୍ତା ପହଞ୍ଚାଇ ସାରିଲେଣି । ଅମ୍ଳଜାନ ଅଭାବରୁ ଯେମିତି କାହାର ଜୀବନ ନଯାଉ, ସେଥିପାଇଁ ଗଛଟିଏ ଲଗାନ୍ତୁ ଜୀବନ ବଞ୍ଚାନ୍ତୁର ଆହ୍ବାନ ଦେଉଛନ୍ତି ସତ୍ୟବ୍ରତ । ତେବେ ଆଉ କିଛି ଦିନ ପରେ ସତ୍ୟବ୍ରତଙ୍କର ଏହି ସଚେତନତା ଯାତ୍ରା ପୁରୀ ବଡ଼ଦାଣ୍ଡରେ ଶେଷ ହେବ । 25ଟି ରାଜ୍ୟ ବୁଲିବା ପରେ ଆଜି (ଶୁକ୍ରବାର) ସେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ ପହଞ୍ଚିଥିଲେ । ସେଠାରେ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର ୟୁ ଫାଉଣ୍ଡେସନ (Help For You Foundation) ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାପରେ ସତ୍ୟବ୍ରତ ଜଳେଶ୍ବରରୁ ପୁରୀ ଅଭିମୁଖେ ବାହାରିଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details