ବାଲେଶ୍ବର:ଜିଲ୍ଲା ସଦର ବ୍ଲକ କାର୍ଯ୍ୟାଳୟରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ବେଳେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟେ ପଟେ ବିଜେପିର ମହିଳା ସରପଞ୍ଚ ଧାରଣା ଦେଇଥିବା ବେଳେ ଅନ୍ୟପଟେ ସଦର ବିଧାୟକ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ,ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ ପାଇଁ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବ୍ଲକ ସଭାଗୃହରେ ପଶି ବିଜେପି ସରପଞ୍ଚ ଓ କର୍ମୀମାନେ ସରକାରୀ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।
ଏହା ସହ ବିଧାୟକ ସ୍ୱରୂପ ଦାସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବିଧାୟକଙ୍କ ସମେତ ବିଜେଡି କର୍ମୀ ଧାରଣାରେ ବସିଛନ୍ତି।