ବାଲେଶ୍ଵର:ଜିଲ୍ଲା ଶାଖା ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆଦିବାସୀମାନଙ୍କୁ ସାରନା ଧର୍ମ ଭାବରେ ତୁରନ୍ତ ମାନ୍ୟତା ପ୍ରଦାନ କରାଯିବା ପାଇଁ ଦାବି କରାଯାଇଛି।
ସାରନା ଧର୍ମକୁ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ - tribal issue in balasore
ବାଲେଶ୍ଵର ଜିଲ୍ଲା ଶାଖା ଆଦିବାସୀ ସେଙ୍ଗଲ ଅଭିଯାନ ପକ୍ଷରୁ ବିଭିନ୍ନ ଦାବି ନେଇ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ....
ସାରନା ଧର୍ମକୁ ମାନ୍ୟତା ଦାବିରେ ଆଦିବାସୀଙ୍କ ବିକ୍ଷୋଭ
ଅନେକ ସମୟରେ ଆଦିବାସୀମାନଙ୍କୁ ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି। ପ୍ରକୃତିକୁ ଉପାସନା କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକମାନଙ୍କ ପୂଜା ପଦ୍ଧତି ଓ ସେମାନଙ୍କ ସଂସ୍କୃତି ଉପରେ ଆଧାରିତ ଧର୍ମକୁ ମାନ୍ୟତା ମିଳିବା ପାଇଁ ସେମାନେ ଦାବି କରିଛନ୍ତି। ଏ ଦିଗରେ ସରକାର ପଦକ୍ଷେପ ନନେଲେ ଆଗାମୀ ଦିନରେ ଆଦିବାସୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ