ବାଲେଶ୍ଵର: ବିଜେଡି ଚେୟାରମେନଙ୍କୁ ସମର୍ଥନ ନଦେବାରୁ ଗାଁ ଦାଣ୍ଡରେ ହତ୍ୟା ଅଭିଯୋଗ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବଡ଼ଜୟୀପୁର ପଞ୍ଚାୟତରେ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ମୃତବ୍ଯକ୍ତି ଜଣକ ହେଉଛନ୍ତି ବଡ଼ଜୟୀପୁର ପଞ୍ଚାୟତରେ ବିଜେପି ସମିତି ସଭ୍ୟାଙ୍କ ଶ୍ବଶୁର ଉପେନ୍ଦ୍ର ସେଠୀ । ବୁଧବାର ବିଳମ୍ବିତ ରାତିରେ ବଡ଼ଜୟୀପୁର ପଞ୍ଚାୟତ ଅଫିସ ନିକଟସ୍ଥ ନିଜ ଦୋକାନରେ ବସିଥିଲେ ଉପେନ୍ଦ୍ର।
ସେହି ସମୟରେ ଗାଁର କିଛି ଲୋକ ଦୋକାନକୁ ଆସି ବିଜେଡି ବ୍ଲକ ଚେୟାରମେନଙ୍କୁ କାହିଁକି ସମର୍ଥନ କଲନି ବୋଲି କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏହାକୁ ନେଇ ଉପେନ୍ଦ୍ର ତାଗିଦ କରିବାରୁ ଉତ୍ତ୍ୟକ୍ତ ଲୋକେ ଦୋକାନ ଭିତରେ ପଶି ଉପେନ୍ଦ୍ରଙ୍କୁ ମାଡ଼ମାରି ଲୌହୁଲୁହାଣ କରିଦେଇଥିଲେ।