ବାଲେଶ୍ବର: କୋରୋନା କଟକଣା ଯୋଗୁଁ ଅନେକଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି । କୋରୋନା କାଳରେ ବାତ୍ୟାର ଦାଉ ସେହି ଦୁଃଖକୁ ଦୁଇଗୁଣିତ କରିଛି । ଯାହା ମଧ୍ୟରେ ଟ୍ୟାକ୍ସି ଚଳାଇ ପରିବାର ପୋଷୁଥିବା ଚାଳକମାନେ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ପରିବାର ପୋଷିବାରେ ଅସୁବିଧା ଭୋଗୁଥିବା ଚାଳକମାନଙ୍କୁ ଏହି ମହାମାରୀ ସଙ୍କଟ ସମୟରେ ସହାୟତାର ହାତ ବଢ଼ାଇଛି ସଦର ବିଜେପି ।
ଜୀବିକା ହରାଇଥିବା ଟ୍ୟାକ୍ସି ଚାଳକଙ୍କୁ ରାସନ ସାମଗ୍ରୀ ବାଣ୍ଟିଲା ବିଜେପି - ସଦର ବିଜେପି
କୋରୋନା କଟକଣା ଯୋଗୁଁ ଟ୍ୟାକ୍ସି ଚଳାଇ ପରିବାର ପୋଷୁଥିବା ଚାଳକମାନେ ବଡ କଷ୍ଟରେ ଜୀବନ କାଟୁଛନ୍ତି । ଏଭଳି ସ୍ଥିତିରେ ସେମାନଙ୍କୁ ସାହାର୍ଯ୍ୟର ହାତ ବଢାଇଛି ବାଲେଶ୍ବର ସଦର ବିଜେପି । ଅଧିକ ପଢନ୍ତୁ...
ଜୀବିକା ହରାଇଥିବା ଟ୍ୟାକ୍ସି ଚାଳକଙ୍କୁ ରାସନ ସାମଗ୍ରୀ ବାଣ୍ଟିଲା ବିଜେପି
ସଦର ବିଜେପିର ସଦସ୍ୟମାନେ ବାଲେଶ୍ଵର ଷ୍ଟେସନ ଛକରେ ଥିବା ଟ୍ୟାକ୍ସି ଚାଳକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହାସହ ଜୀବିକା ହରାଇ କଷ୍ଟେମଷ୍ଟେ ଦିନ କାଟୁଥିବା ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇବେ ବୋଲି କହିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ