ବାଲେଶ୍ବର:ବାଲେଶ୍ଵର ସହରର ମାକଲପୁର ସ୍ଥିତ ଏକ ଆବାସିକ ବିଦ୍ୟାଳୟ ପରିସରରେ ଅତ୍ୟାଧୁନିକ ରୋବୋ ସ୍ମାର୍ଟ ଲ୍ୟାବ ଉଦଘାଟିତ ହୋଇଯାଇଛି । ତେବେ ଛାତ୍ରଛାତ୍ରୀଙ୍କର ପାଠପଢା ପ୍ରତି ଆଗ୍ରହ ବଢାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି ।
୯ ବର୍ଷ ପୂର୍ବରୁ ପାଶ୍ଚାତ୍ୟ ରାଷ୍ଟ୍ର ଗୁଡ଼ିକରେ ବିଦ୍ୟାଳୟ ଓ କଲେଜ ଗୁଡ଼ିକରେ ୱେବିନାର ମାଧ୍ୟମରେ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଏବେ କୋରୋନା ଯୋଗୁଁ ଭାରତରେ ଏହି ଯୋଜନା ଆରମ୍ଭ ହୋଇ ହୋଇଛି । ଏହାଦ୍ବାରା ଛାତ୍ରଛାତ୍ରୀ ମାନଙ୍କର ଧୀଶକ୍ତି, ସେମାନଙ୍କର ଇଚ୍ଛାଶକ୍ତି ଏବଂ ସେମାନେ ବାସ୍ତବରେ କେଉଁ ବିଷୟ ପ୍ରତି ଆଗ୍ରହ ଦେଖାଇଛନ୍ତି ତାହା ଜାଣିବା ପାଇଁ ଏହି ରୋବୋ ସ୍ମାର୍ଟ ଲ୍ୟାବର ଆବଶ୍ୟକତା ରହିଛି।