ଓଡିଶା

odisha

ETV Bharat / state

ସୁନାଚେନ ଛଡାଇ ଧରା ପଡିଲେ ଲୁଟେରା, ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ - ବାଲେଶ୍ବର ଖବର

ମହିଳାଙ୍କ ବେକରୁ ସୁନାଚେନ ଛଡାଇ ଧରା ପଡିଲେ ଲୁଟେରା । ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ....

robbers was caught red handed in baleswar
ସୁନାଚେନ ଛଡାଇ ଧରା ପଡିଲେ ଲୁଟେରା ,ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ

By

Published : Mar 9, 2021, 9:01 PM IST

ବାଲେଶ୍ବର :ଦିନକୁ ଦିନ ବଢିବାରେ ଲାଗିଛି ଲୁଟେରାଙ୍କ ଉତ୍ପାତ । ମହିଳାଙ୍କ ବେକରୁ ସୁନଚେନ ଝାମ୍ପି ଧରାପଡିଲେ ଲୁଟେରା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ସହଦେଵଖୁଣ୍ଟା ଥାନା ଚାନ୍ଦମାରି ପଡିଆ ଅଞ୍ଚଳରେ ।

ସୁନାଚେନ ଛଡାଇ ଧରା ପଡିଲେ ଲୁଟେରା ,ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟ ଲୋକେ

ମିଳିଥିବା ସୂଚନା ଅନୁସାରେ, ସବିତା ମହନ୍ତ ନାମକ ଜଣେ ମହିଳା ରାସ୍ତା କଡରେ ଠିଆ ହୋଇଥିଲେ। ହଠାତ ଦୁଇଜଣ ଯୁବକ ଏକ ବାଇକରେ ଆସି ସବିତାଙ୍କ ବେକରୁ ସୁନା ଚେନ ଛଡାଇ ପଳାଇବାକୁ ଉଦ୍ୟମ କରିଥିଲେ। ସେଠାରୁ ଖସି ପଳାଉଥିବା ବେଳେ ଚୋର ଦୁଇଜଣ ନାଳରେ ପଡି ଯାଇଥିଲେ। ସେମାନଙ୍କୁ ସ୍ଥାନୀୟ ଲୋକେ କାବୁ କରି ନିସ୍ତୁକ ମାଡ଼ ମାରିବା ପରେ ପୋଲିସ ଜିମାରେ ଦେଇଛନ୍ତି। ଦୁଇଜଣ ଯାକ ପଞ୍ଜାବ ଅଞ୍ଚଳର ବୋଲି ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details