ଓଡିଶା

odisha

ETV Bharat / state

ରାସ୍ତା ମରାମତି ନେଇ ଜାତୀୟ ରାଜପଥ ଅବରୋଧ

ବାଲେଶ୍ବର ଜିଲ୍ଲା ବାମପଦା ଛକର 16 ନଂ ଜାତୀୟ ରାଜପଥରେ ରାସ୍ତାର ଦୁରାବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗରେ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାସ୍ତା ମରାମତି ନେଇ ଜାତୀୟ ରାଜପଥ ଅବରୋଧ
ରାସ୍ତା ମରାମତି ନେଇ ଜାତୀୟ ରାଜପଥ ଅବରୋଧ

By

Published : Feb 5, 2020, 2:56 PM IST


ବାଲେଶ୍ବର: ରେମୁଣା ବାମପଦା ଛକ ଠାରେ ବାମପଦା ସୁରକ୍ଷା ମଞ୍ଚ ପକ୍ଷରୁ ରାସ୍ତାରୋକ କରାଯାଇଥିଲା । ଦୀର୍ଘ ସମୟ ରାସ୍ତାରୋକ ପରେ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଥିଲା । ବାଲେଶ୍ବର ଜିଲ୍ଲା ବାମପଦା ଛକର 16 ନଂ ଜାତୀୟ ରାଜପଥରେ ରାସ୍ତାର ଦୁରାବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏନେଇ ରାସ୍ତା ମରାମତି, ଓଭର ବ୍ରିଜ ନିର୍ମାଣ, ସର୍ଭିସ ରୋଡ଼ ମରାମତି ଦାବି କରି ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି ।

ରାସ୍ତା ମରାମତି ନେଇ ଜାତୀୟ ରାଜପଥ ଅବରୋଧ

ଏହା ପୂର୍ବରୁ ଆନ୍ଦୋଳନ ପରେ ଏନଏଚଏଆଇ ପିଡ଼ି ରାସ୍ତା ମରାମତି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ ହେବ ବୋଲି ପ୍ରତିଶ୍ରୁତି ଦେଇଥଲେ । ମାତ୍ର ପ୍ରତିଶୃତିକୁ ଦୀର୍ଘଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଆଗାମୀ 7 ଦିନ ଭିତରେ ମରାମତି କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details