ବାଲେଶ୍ବର: ସଡକ ଦୁର୍ଘଟଣାରେ ପ୍ରତ୍ୟେକ ଦିନ ଅନେକ ଲୋକଙ୍କ ଜୀବନ ଯାଉଛି । ଏଥିରେ ରୋକ ଲଗାଇବା ଏବଂ ଏଥି ନିମନ୍ତେ ଲୋକଙ୍କୁ ସଚେତନ କରାଇବା ପାଇଁ ବର୍ତ୍ତମାନ ଚାଲିଛି ସଡ଼କ ସୁରକ୍ଷା ମାସ । ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ସଡ଼କ ସୁରକ୍ଷା ସଚେତନତା ପାଇଁ ବାଲେଶ୍ବରରେ ଶୋଭାଯାତ୍ରା - road safty programme held in balesore
ବାଲେଶ୍ବର ଠାରେ ଲୋକଙ୍କୁ ସଚେତନ କରାଇବା ପାଇଁ ସଡ଼କ ସୁରକ୍ଷା ମାସ ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କୁ ସଚେତନ କରାଇବା ପାଇଁ ବ୍ୟାନର ଓ କାନ୍ଥରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି । ଅଧିକ ପଢନ୍ତୁ...
![ସଡ଼କ ସୁରକ୍ଷା ସଚେତନତା ପାଇଁ ବାଲେଶ୍ବରରେ ଶୋଭାଯାତ୍ରା ବାଲେଶ୍ବର ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ](https://etvbharatimages.akamaized.net/etvbharat/prod-images/768-512-10313851-thumbnail-3x2-bls.jpg)
ବାଲେଶ୍ବର ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ବାଲେଶ୍ବର ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ
ଲୋକଙ୍କୁ ସଚେତନ କରାଇବା ପାଇଁ ବ୍ୟାନର ଓ କାନ୍ଥରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି । ସେହିପରି ସଚେତନତା ଉଦ୍ଦେଶ୍ୟରେ ଆଜି ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ସହରର ଫକୀର ମୋହନ ଗୋଲେଇରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଆରଟିଓ, ଏମଭିଆଇ, ଟ୍ରାଫିକ ଥାନା କର୍ମଚାରୀମାନେ ସାମିଲ ହୋଇଥିଲେ । ନୂତନ ଆଇନ କଡାକଡି ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ