ଓଡିଶା

odisha

ETV Bharat / state

ସଡକ ସୁରକ୍ଷା ବାର୍ତ୍ତା ନେଇ ବାଇକ ରାଲି - ସଡକ ସୁରକ୍ଷା ବାଇକ ରାଲି

ବାଲେଶ୍ଵର ରୟାଲ୍ସ କ୍ଲବ ପକ୍ଷରୁ ସଡକ ସୁରକ୍ଷା ବାର୍ତ୍ତା ନେଇ ଆରମ୍ଭ ହୋଇଛି ବାଇକ ରାଲି । ଏହି ରାଲିରେ 20ଟି ବୁଲେଟ ନେଇ ବାଲେଶ୍ବରରୁ ମଧ୍ୟପ୍ରଦେଶର ବାନ୍ଧବଗଡ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ..

road safety bike rally, balesore latest news, bike rally of balesore, ବାଲେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ସଡକ ସୁରକ୍ଷା ବାଇକ ରାଲି, ବାଲେଶ୍ବରର ବାଇକ ରାଲି
ସଡକ ସୁରକ୍ଷା ବାର୍ତ୍ତା ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାଇକ ରାଲି

By

Published : Jan 4, 2020, 11:53 PM IST

ବାଲେଶ୍ବର: ବାଲେଶ୍ଵର ରୟାଲ୍ସ କ୍ଲବ ପକ୍ଷରୁ ସଡକ ସୁରକ୍ଷା ବାର୍ତ୍ତା ନେଇ ଆରମ୍ଭ ହୋଇଛି ବାଇକ ରାଲି । ଏହି ରାଲିରେ 20ଟି ବୁଲେଟ ନେଇ ବାଲେଶ୍ବରରୁ ମଧ୍ୟପ୍ରଦେଶର ବାନ୍ଧବଗଡ ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି। ଶନିବାର ବାଲେଶ୍ଵର ଆରଟିଓରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସଚେତନତା ବାର୍ତ୍ତା ନେଇ ଯାଉଥିବା କ୍ଲବ ସଦସ୍ୟମାନଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ।

ସଡକ ସୁରକ୍ଷା ବାର୍ତ୍ତା ନେଇ ମଧ୍ୟପ୍ରଦେଶ ଅଭିମୁଖେ ବାଇକ ରାଲି

ପୂର୍ବରୁ କ୍ଲବ ଦ୍ବାରା ବିଭିନ୍ନ ଜନ ସଚେତନ ବାର୍ତ୍ତା ନେଇ ରାଜ୍ୟ ଭିତରେ ବାଇକ ରାଲି ହୋଇଥିବା ବେଳେ ଚଳିତ ବର୍ଷ ରାଜ୍ୟ ବାହାରକୁ ଯାଉଛି ଏହି ସଚେତନତା ରାଲି। ରାସ୍ତାରେ ଯିବା ବେଳେ ବିଭିନ୍ନ ଛକମାନଙ୍କରେ ଲୋକଙ୍କୁ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ବାଣ୍ଟି ବାଣ୍ଟି ଯିବାର କାର୍ଯ୍ୟକ୍ରମ ରହିଛି । 7 ଦିନ ଯାଏଁ ଚାଲିବାକୁ ଥିବା ଏହି ଯାତ୍ରାରେ 20ଟି ବୁଲେଟ ସାମିଲ ହୋଇଥିବା ବେଳେ ସେମାନଙ୍କୁ ପ୍ରଶାସନିକସ୍ତରରେ ଶୁଭେଚ୍ଛା ଜଣାଯାଇଛି।

ସେପଟେ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମନାଭ ବେହେରା, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା, ଆରଟିଓ ବିକାଶ ଚୌଧୁରୀ ପ୍ରମୁଖ ପତାକା ଦେଖାଇ ଏହି ବୁଲେଟ ଯାତ୍ରାର ଶୁଭାରମ୍ଭ କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details