ଓଡିଶା

odisha

By

Published : Oct 14, 2019, 8:04 AM IST

ETV Bharat / state

ସଡକ ଦୁର୍ଘଟଣାରେ 12 ଆହତ

ବାଲେଶ୍ବରର ଜଳେଶ୍ବର ନିକଟସ୍ଥ 60 ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ 12 ଜଣ ଆହତ ହୋଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ଥାନା ଅଧିନସ୍ଥ 60 ନମ୍ବର ଜାତୀୟ ରାଜପଥରେ ଥିବା ଲକ୍ଷ୍ମଣନାଥ ଟୋଲଗେଟ ନିକଟରେ ସଡକ ଦୁର୍ଘଟଣା ଘଟିଛି । କାର ଓ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ 12 ଜଣ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ବର

ପଡୋଶୀ ପଶ୍ଚିମବଙ୍ଗର ଦାନ୍ତୁନ ଅଞ୍ଚଳର ଏକ ଅଟୋରେ 12 ଜଣ କଲ ସେଣ୍ଟର କର୍ମଚାରୀ ଜଳେଶ୍ବରକୁ ଆସୁଥିଲେ । ଏହି ସମୟରେ ବାଲେଶ୍ବର ପଟୁ ଆସୁଥିବା ଏକ କାର ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହା ଫଳରେ ଅଟୋରେ ଥିବା 12 ଜଣ କର୍ମଚାରୀ ଗୁରୁତର ଆହାତ ହୋଇ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି । ତେବେ 3 ଜଣକ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details