ଓଡିଶା

odisha

ମରଣଯନ୍ତା ପାଲଟିଛି ରାଜପଥ; ଦୁର୍ଘଟଣାରେ ଜଣେ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

By

Published : Mar 4, 2021, 12:56 PM IST

ସଦରଥାନା ଅଧିନ ଜାତୀୟ ରାଜପଥ କୁରୁଡ଼ା ନିକଟରେ ଏକ ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ 4 ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ । ଅଧିକ ପଢନ୍ତୁ...

ରାଜପଥ ମରଣଜନ୍ତା, ଦୁର୍ଘଟଣାରେ ଜଣେ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ରାଜପଥ ମରଣଜନ୍ତା, ଦୁର୍ଘଟଣାରେ ଜଣେ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ବାଲେଶ୍ଵର: ସଦରଥାନା ଅଧିନ ଜାତୀୟ ରାଜପଥ କୁରୁଡ଼ା ନିକଟରେ ଏକ ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ଚିକତ୍ସିତ ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକେ 4 ଘଣ୍ଟା ଧରି ରାଜପଥ ଅବରୋଧ କରିଥିଲେ ।

ରାଜପଥ ମରଣଯନ୍ତା, ଦୁର୍ଘଟଣାରେ ଜଣେ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସୂଚନାନୁସାରେ, ସିମୁଳିଆ ଥାନା ମାର୍କୋଣା ଅଞ୍ଚଳର ଧନେଶ୍ବର ମିଶ୍ର ଓ ତାଙ୍କ ସ୍ତ୍ରୀ ସୁମିତ୍ରା ଏକ ବାଇକରେ ରେମୁଣା ଅଭିମୁଖେ ଯାଉଥିଲେ । ଜାତୀୟ ରାଜପଥ ଏବେ ନିର୍ମାଣ କାର୍ଯ୍ୟ ଚାଲୁଥିବାରୁ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଛି । ଉକ୍ତ ରାସ୍ତା ତାଡି ଦିଆଯାଇଥିବାରୁ ଧନେଶ୍ବର ଗାଡିର ଭାରସାମ୍ୟ ହରାଇଥିଲେ । ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିବାବେଳେ ଧନେଶ୍ବରଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ରାସ୍ତା ନିର୍ମାଣ କାର୍ଯ୍ୟର ମନ୍ଥରତା ଓ ଖାମଖିଆଲି ନୀତି ବିରୋଧରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । 4ଘଣ୍ଟା ରାସ୍ତାରୋକ ପରେ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details