ବାଲେଶ୍ବର:କୌଣସି ମଡେଲ, ଉଚ୍ଚଶିକ୍ଷିତା ବା ଚାକିରିଆ ନୁହଁନ୍ତି ବରଂ ନିର୍ବାଚନ ଲଢେଇରେ ସାମିଲ ହୋଇଛନ୍ତି ରିକ୍ସା ଚାଳକ । ଚଳିତ ପଞ୍ଚାୟତ ନିର୍ବାଚନରେ ରେମୁଣା ବ୍ଲକର ମନ୍ଦାରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ରିକ୍ସା ଚାଳକ ସନାତନ ଦାସ । ପାଖରେ ଟଙ୍କା ନାହିଁ ସତ କିନ୍ତୁ ମନରେ ଦୃଢ ବିଶ୍ବାସ ଓ ଗ୍ରାମ ପ୍ରତି ସେବା ମନୋବୃତ୍ତି ରଖି ସେ ପ୍ରାର୍ଥୀ ହୋଇଛନ୍ତି ।
Panchayat Poll: ସରପଞ୍ଚ ପ୍ରାର୍ଥୀ ପଦରେ ରିକ୍ସା ଚାଳକ, ସାଜିଲେ ଉଦାହରଣ - ବାଲେଶ୍ବର ପଞ୍ଚାୟତ ନିର୍ବାଚନ
ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅନେକ ପ୍ରାର୍ଥୀ ଚର୍ଚ୍ଚାରେ ରହିଛନ୍ତି । ସେହିପରି ରେମୁଣା ବ୍ଲକର ମନ୍ଦାରପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ରିକ୍ସା ଚାଳକ ସନାତନ ଦାସ ନିର୍ବାଚନ ଲଢ଼ୁଛନ୍ତି ।
ରିକ୍ସା ଚାଳକ ସରପଞ୍ଚ ପ୍ରାର୍ଥୀ
ରିକ୍ସା ଚାଳକ ସରପଞ୍ଚ ପ୍ରାର୍ଥୀ
ସନାତନଙ୍କ ଧନସମ୍ପତ୍ତି କିଛି ନଥିବାବେଳେ କେବଳ ସେ ରିକ୍ସା ଉପରେ ଭରସା କରି ପେଟ ପୋଷନ୍ତି। ଚତୁର୍ଥ ଶ୍ରେଣୀ ଯାଏଁ ପଢ଼ିଥିବା ସନାତନ ୨୦୧୭ ନିର୍ବାଚନରେ ସମିତି ସଭ୍ୟ ପଦ ପାଇଁ ଲଢ଼ିଥିଲେ । ଆଉ ଏବେ ପୁଣିଥରେ ସରପଞ୍ଚ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ