ଓଡିଶା

odisha

ETV Bharat / state

ଅବସରପ୍ରାପ୍ତ ଶିକ୍ଷକଙ୍କ ମହାନତା: କୋରୋନା ସହାୟତା ପାଇଁ ଦାନ କଲେ ପେନସନ

ଅବସରପ୍ରାପ୍ତ ଶିକ୍ଷକଙ୍କ ମହନୀୟତା । ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକର 85 ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ କୋରୋନା ଯୁ୍ଦ୍ଧରେ ପାଇଁ ନିଜ ପେନସନର 5000 ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି ।

By

Published : May 14, 2020, 11:45 AM IST

retired-teacher-pension-money-5000-donate-to-cmrf
ଅବସରପ୍ରାପ୍ତ ଶିକ୍ଷକଙ୍କ ମହନୀୟତା କୋରୋନା ସହାୟତା ପାଇଁ ପେନସନ ଟଙ୍କା ଦାନ କଲେ

ବାଲେଶ୍ବର: ଅବସରପ୍ରାପ୍ତ ଶିକ୍ଷକଙ୍କ ମହନୀୟତା । କୋରୋନା ମୁକାବିଲା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ସରକାରଙ୍କୁ ସହଯୋଗ ଉଦ୍ଦେଶ୍ୟରେ ବିଭିନ୍ନ ମହଲରୁ ସାହାଯ୍ୟର ସୁଅ ଛୁଟୁଛି । ହେଲେ ଆମେ ଆଜି ଏମିତି ଜଣେ ବ୍ୟକ୍ତିଙ୍କ କଥା କହିବାକୁ ଯାଉଛୁ ଯିଏ ବୟସର ଅପରାହ୍ନରେ ମଧ୍ୟ ସରକାରଙ୍କୁ ସାହାଯ୍ୟ କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଅବସରପ୍ରାପ୍ତ ଶିକ୍ଷକଙ୍କ ମହନୀୟତା କୋରୋନା ସହାୟତା ପାଇଁ ପେନସନ ଟଙ୍କା ଦାନ କଲେ

ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଫତେପୁର ପାଇକପଡା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ନାୟକ । ବୟସ ତାଙ୍କର 85, ଏ ବୟସରେ ବି ସେ କରୋନା ଯୁ୍ଦ୍ଧରେ ପାଇଁ ନିଜ ପେନସନ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଔପଦାର ଅତିରିକ୍ତ ତହସିଲଦାରଙ୍କ ଜରିଆରେ ଅନ୍ତର୍ଯ୍ୟାମୀ 5ହଜାର ଟଙ୍କା ରିଲିଫ ଫଣ୍ଡକୁ ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ABOUT THE AUTHOR

...view details