ଓଡିଶା

odisha

ETV Bharat / state

ଏମଆରଏଫ ସେଣ୍ଟର ନିର୍ମାଣକୁ ବାଲେଶ୍ୱରବାସୀଙ୍କ ବିରୋଧ - MRF center

ପୌରପାଳିକା ଅଧିନସ୍ଥ 27 ନମ୍ବର ୱାର୍ଡ ମାଣିଖମ୍ବ ଠାରେ ନିର୍ମାଣ ହେଉଛି ଅଣ୍ଡର ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ବା (ଏମଆରଏଫ) ସେଣ୍ଟର। ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ଅଳିଆ ମଧ୍ୟରୁ ପୁନ ବ୍ୟବହାର ଯୋଗ୍ୟ ସାମଗ୍ରୀ ତିଆରି ହୋଇ ପାରିବ।

ଏମଆରଏଫ ସେଣ୍ଟର ନିର୍ମାଣକୁ ବାଲେଶ୍ୱରବାସୀଙ୍କ ବିରୋଧ
ଏମଆରଏଫ ସେଣ୍ଟର ନିର୍ମାଣକୁ ବାଲେଶ୍ୱରବାସୀଙ୍କ ବିରୋଧ

By

Published : Aug 13, 2020, 9:02 PM IST

ବାଲେଶ୍ୱର: ପୌରପାଳିକା ଅଧିନସ୍ଥ 27 ନମ୍ବର ୱାର୍ଡ ମାଣିଖମ୍ବ ଠାରେ ନିର୍ମାଣ ହେଉଛି ଅଣ୍ଡର ସଲିଡ ୱେଷ୍ଟ ମ୍ୟାନେଜମେଣ୍ଟ ବା (ଏମଆରଏଫ) ସେଣ୍ଟର। ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ଅଳିଆ ମଧ୍ୟରୁ ପୁନ ବ୍ୟବହାର ଯୋଗ୍ୟ ସାମଗ୍ରୀ ତିଆରି ହୋଇ ପାରିବ।

ଏମଆରଏଫ ସେଣ୍ଟର ନିର୍ମାଣକୁ ବାଲେଶ୍ୱରବାସୀଙ୍କ ବିରୋଧ

ଏହାଦ୍ୱାରା କୃଷି ଉପଯୋଗୀ ଖତ ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । 19 ଲକ୍ଷ 99 ହଜାର 800 ଟଙ୍କା ବିନିମୟରେ ଏହ ପ୍ରକଳ୍ପ ତିଆରି ହୋଇଛି । ମାତ୍ର ପାଖରେ ସ୍କୁଲ ଓ ଘର ରହୁଥିବାରୁ କିଭଳି ଜନ ବସତି ନିକଟରେ ଏହା ନିର୍ମାଣ ହେଉଛି ବୋଲି ପ୍ରଶ୍ନ ଉଠାଇ ସ୍ଥାନୀୟ ଲୋକେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲେ। ବାୟୁ ପ୍ରଦୂଷଣ ଦ୍ୱାରା ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡିବାର ଆଶଙ୍କା କରି ସ୍ଥାନୀୟ ଲୋକେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ। ସ୍ଥାନୀୟ ଲୋକେ ଦୀର୍ଘ ସମୟ ସେଠାରେ ପାଟିତୁଣ୍ଡ କରିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details