ଓଡିଶା

odisha

ETV Bharat / state

ଆସନ୍ତା 19ରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀର 2ଟି ବୁଥରେ ସାନି ମତଦାନ

ଜଳେଶ୍ବର ନିର୍ବାଚନ ମଣ୍ଡଳୀର 187 ଓ 189ନଂ ବୁଥରେ ସାନି ମତଦାନ ।

By

Published : May 16, 2019, 12:06 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ବାଲେଶ୍ବର: ଆଗାମୀ 19 ତାରିଖରେ ଜଳେଶ୍ବର ନିର୍ବାଚନ ମଣ୍ଡଳୀର 2ଟି ବୁଥରେ ସାନି ମତଦାନ ଅନୁଷ୍ଠିତ ହେବ । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଜଳେଶ୍ବର ନିର୍ବାଚନ ମଣ୍ଡଳୀର କାଦ୍ରାଇଆଁରେ ଥିବା 187, 188, 189, 190ନଂ ବୁଥରେ ରିଗିଂ ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ବାରା ନିଯୁକ୍ତ ପର୍ଯ୍ୟବେକ୍ଷକ ଉକ୍ତ ବୁଥର ସ୍ଥିତି ପରଖିବା ପରେ 187 ଓ 189ନଂ ବୁଥରେ ସାନି ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା 19 ତାରିଖ ରବିବାର ଦିନ ଏହି 2ଟି ବୁଥର 2066ଜଣ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗତ 29 ତାରିଖରେ ହୋଇଥିବା ନିର୍ବାଚନରେ ମୋଟ 4312ଜଣ ଭୋଟରଙ୍କ ମଧ୍ୟରୁ 2989ଜଣ ଭୋଟର ଅର୍ଥାତ 69.31 ପ୍ରତିଶତ ମତଦାନ କରିଥିଲେ । ତେବେ 2ଟି ଯାକ ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ଏହା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି । କଂଗ୍ରେସ ବୁଥ ରିଗିଙ୍ଗ କରିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details