ଓଡିଶା

odisha

ETV Bharat / state

ବିଧାୟକଙ୍କ ଗ୍ୟାସ ଏଜେନ୍ସିରୁ ଗ୍ୟାସ ଚୋରି କରୁଛନ୍ତି କର୍ମଚାରୀ, ଭିଡିଓ ଭାଇରାଲ - ବିଧାୟକଙ୍କ ଗ୍ୟାସ ଏଜେନ୍ସି

ଗ୍ୟାସ ଏଜେନ୍ସିରେ ଥିବା ସିଲିଣ୍ଡରରୁ ଗ୍ୟାସ କାଢି ନେଉଛନ୍ତି କର୍ମଚାରୀ । ଯାହାର ଏକ ଭିଡ଼ିଓ ଭାଇରାଲ ହୋଇଛି । ତେବେ ଏଜେନ୍ସିଟି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ :

viral vedio
viral vedio

By

Published : Dec 29, 2019, 4:07 PM IST

ବାଲେଶ୍ବର: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ ନେଇ ଜୋରଧରିଛି ରାଜନୀତି । ଏକ ଗ୍ୟାସ ଏଜେନ୍ସିରୁ ଗ୍ୟାସ ଚୋରି କରାଯାଉଥିବା ବେଳେ ଉକ୍ତ ଏଜେନ୍ସିଟି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ସରଗରମ ହୋଇଛି ରାଜନୈତିକ ମାହୋଲ।

ବିଧାୟକଙ୍କ ଗ୍ୟାସ ଏଜେନ୍ସି ସିଲିଣ୍ଡର ଚୋରି

ଗୁଡୁପାଇରେ ଥିବା ଗ୍ୟାସ ଏଜେନ୍ସି ବିଧାୟକଙ୍କର ହୋଇଥିବା ବେଳେ ଭାଇରାଲ ଭିଡିଓରେ ସେହିଠାରେ ହିଁ ଗ୍ୟାସ ଚୋରି ହେଉଥିବା ଦାବି କରାଯାଇଛି। ଗ୍ୟାସ ଏଜେନ୍ସି ତାଙ୍କର ହୋଇଥିବା ବିଧାୟକ ମାନିଥିବା ବେଳେ ଗ୍ରାହକଙ୍କୁ ଏଠାରେ ଠକିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି ରେମୁଣା ବିଧାୟକ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details