ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଓପିଡିରେ ତାଲା ପକାଇଲେ ରୋଗୀଙ୍କ ସମ୍ପର୍କୀୟ

ବାଲେଶ୍ବର ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ଓପିଡି ବିଭାଗକୁ ଭଙ୍ଗାରୁଜା କରିବା ସହ ତାଲା ପକାଇଲେ ରୋଗୀ ସମ୍ପର୍କୀୟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Oct 5, 2019, 12:00 PM IST

ବାଲେଶ୍ବର: ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ତେଜନା । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ନେଇ ହସ୍ପିଟାଲର ଓପିଡିରେ ତାଲା ପକାଇଲେ ରୋଗୀ ସମ୍ପର୍କୀୟ । ଗତକାଲି ମନ୍ଦାରପୁର ଅଞ୍ଚଳର ଜଣେ ରୋଗୀ ନିଶ୍ବାସ ନେବାରେ କଷ୍ଟ ହେବାରୁ ରେମୁଣା ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ସମ୍ପର୍କୀୟଙ୍କ ଦେଖା ଦେଇଛି ଅସନ୍ତୋଷ ।

ଊିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ମେଡିକାଲ ଓପିଡି ବିଭାଗରେ ଭଙ୍ଗାରୁଜା କରିବା ସହ ତାଲା ପକାଇଥିଲେ ଉତ୍ତ୍ୟକ୍ତ ଲୋକେ । ଏହି ଘଟଣା ବିଷୟରେ ଜଣାପଡିବା ପରେ ରେମୁଣା ପୋଲିସ ମେଡିକାଲ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details