ଓଡିଶା

odisha

ETV Bharat / state

ରିଲାଏନ୍ସ ସ୍ମାର୍ଟ ସପିଂ ମଲରେ ଗ୍ରାହକ ଅସନ୍ତୋଷ - ବାଲେଶ୍ବର ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର

ବାଲେଶ୍ବର ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋରରେ ବିକ୍ରି ପାଇଁ ମହଜୁଦ ଥିବା ସାମଗ୍ରୀରେ ଆବଶ୍ୟକୀୟ ଲେବୁଲ, ବୈଧତା ତାରିଖ ନଥିବା, ଗୋଟିଏ କିଣିଲେ ଅନ୍ୟଟି ଫ୍ରି ଲେଖାଥିବା ବେଳେ କାର୍ଯ୍ୟକାରୀ ନ କରିବା ଅଭିଯୋଗ ରହିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର

By

Published : Oct 31, 2019, 9:57 AM IST

ବାଲେଶ୍ବର: ସପିଂ ମଲରେ ଗ୍ରାହକ ଅସନ୍ତୋଷ, ପୋଲିସ ହସ୍ତକ୍ଷେପ ପରେ କମିଲା ଉତ୍ତେଜନା । ବାଲେଶ୍ବର ଷ୍ଟେସନ ଛକ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର ଆରମ୍ଭରୁ ବିବାଦରେ ରହି ଆସିଛି। କେତେବେଳେ ପାର୍କିଂକୁ ନେଇ ତ ପୁଣି କେତେବେଳେ ଗ୍ରାହକଙ୍କ ଅସନ୍ତୋଷକୁ ନେଇ। ଏବେ ପୁଣି ଥରେ ସପିଂ ମଲକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବାଲେଶ୍ବର
ବାଲେଶ୍ବର ସୁପର ଷ୍ଟୋରରେ ବିକ୍ରି ପାଇଁ ମହଜୁଦ ଥିବା ସାମଗ୍ରୀରେ ଆବଶ୍ୟକୀୟ ଲେବୁଲ, ତାରିଖ ଓ ବୈଧତା ତାରିଖ ନଥିବା, ଗୋଟିଏ କିଣିଲେ ଅନ୍ୟଟି ଫ୍ରି ଲେଖା ଥିବାବେଳେ ଏହା କାର୍ଯ୍ୟକାରୀ ନ କରିବା ଅଭିଯୋଗ ରହିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି ।

ଏହା ସହ ଷ୍ଟୋର କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ଏହା ପରେ ଘଟଣାସ୍ଥଳରେ ସହଦେଵଖୁଣ୍ଟା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details