ବାଲେଶ୍ବର: ପ୍ରକୃତିର ତାଣ୍ଡବ ଆଗରେ ଅସହାୟ ହୋଇଯାଇଛି ମଣିଷ । ପୁଣିଥରେ ଭଙ୍ଗା ଘର ଓ ଭଙ୍ଗା ମନ ସଜାଡ଼ିବାକୁ ସେ ଅଣ୍ଟା ଭିଡୁଛି । ବାତ୍ୟା 'ୟସ' ପ୍ରକୋପରେ ଜିଲ୍ଲାରେ ହୋଇଛି ଅନେକ କ୍ଷୟକ୍ଷତି । କେଉଁଠି ଘର ଭାଙ୍ଗି ପାଣି ପଶି ଯାଇଛି ତ ଆଉ କେଉଁଠି ଲୋକମାନେ ଘରୁ ବାହାରି ପାରୁନାହାଁନ୍ତି । ବାତ୍ୟା ବିଭୀଷିକା ଲୋକଙ୍କ ମନରେ ଛାପ ଛାଡିଯାଇଛି । ତେବେ ବାତ୍ୟାରେ କେମିତି କ'ଣ ଉପକୂଳବାସୀ ସହିଛନ୍ତି କ୍ଷତି, ସେ ନେଇ ଆମେ ପହଞ୍ଚିଥିଲୁ ଗ୍ରାଉଣ୍ଡ ଜିରୋରେ ।
ଚାଲିଛି ସଜଡା: ଭଙ୍ଗା ଘରରେ କାଦୁଅ ଛିଟା, ଗାଁ ଦାଣ୍ଡରେ ଚାଉଳ ଶୁଖା - ବାତ୍ୟା
ବାତ୍ୟାରେ ଅତ୍ୟଧିକ ପ୍ରଭାବିତ ହୋଇଛି ବାଲେଶ୍ବର ଜିଲ୍ଲା । ଯେଉଁଥିରେ ଅନେକ ଲୋକଙ୍କ ଘର ଭିତରେ ପାଣି ପଶିଯିବା ଫଳରେ ପିନ୍ଧାଲୁଗା ଠାରୁ ଆରମ୍ଭ କରି ଆସବାବପତ୍ର ଓ ବର୍ଷକ ପାଇଁ ଗଚ୍ଛିତ ଧାନ ଚାଉଳ ମଧ୍ୟ ନଷ୍ଟ ହୋଇଯାଇଛି । ଅଧିକ ପଢନ୍ତୁ...
ଚାଲିଗଲା ବାତ୍ୟା, ପୁରୁଣା ସ୍ମୃତି ସାଉଁଟୁଛି ମଣିଷ
ସରକାରୀ ସ୍ତରରେ ଲୋକଙ୍କ ପାଖରେ ରିଲିଫ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏହାସହ ଆହୁରି ଅଧିକ ବାତ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତା ଥିବା ମଧ୍ୟ ଦାବି କରାଯାଇଛି । ଏବେ ବାତ୍ୟା 'ୟସ' ଚାଲିଯାଇଛି ସତ ହେଲେ ମଣିଷ ଏବେବି ଭୋଗୁଛି କଷ୍ଟ ଓ ସହୁଛି ଯନ୍ତ୍ରଣା ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ
Last Updated : May 29, 2021, 11:14 PM IST