ବାଲେଶ୍ବର: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି କାର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗ । ଏହାକୁ ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସାମ୍ବାଦିକମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବାଲେଶ୍ବରରେ ମଧ୍ୟ ପ୍ରତିବାଦ କରାଯାଇଛି ।
ଜିଲ୍ଲାରେ ଶୁକ୍ରବାର ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟରତ ସାମ୍ବାଦିକମାନେ ଏକଜୁଟ ହୋଇ ସାଂସଦଙ୍କ ଏଭଳି ଆଚରଣ ଉପରେ କ୍ଷୁବ୍ଧ ହୋଇଛନ୍ତି ଏବଂ ଦୃଢ ନିନ୍ଦା କରିଛନ୍ତି । ସାମ୍ବାଦିକମାନଙ୍କୁ ବିଭିନ୍ନ ସମୟରେ ଆକ୍ରମଣ କରିବା ଘଟଣାକୁ ନେଇ ସରକାରଙ୍କ ଉଦାସିନତାକୁ ଘୋର ବିରୋଧ କରାଯାଇଛି ।