ଓଡିଶା

odisha

ETV Bharat / state

ଲକ୍ଷାଧିକ ଟଙ୍କାର ପୋଚ ନଷ୍ଟ କଲା ଅବକାରୀ ବିଭାଗ - raw wine seized in old baleswar

ବାଲେଶ୍ବର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ରବିବାର  ପୁରୁଣା ବାଲେଶ୍ବର ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି।

raw wine seized
ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Dec 1, 2019, 2:56 PM IST

ବାଲେଶ୍ବର: ଚଢାଉ ବେଳେ ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ମଦରନ୍ଧା ସାମଗ୍ରୀ ଜବତ କରିଛନ୍ତି ଅବକାରୀ ବିଭାଗ । ବାଲେଶ୍ବର ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ରବିବାର ପୁରୁଣା ବାଲେଶ୍ବର ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପୋଚ ନଷ୍ଟ କରାଯିବା ସହ ମଦରନ୍ଧା ସାମଗ୍ରୀ ଜବତ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର


ରବିବାର ଭୋରରୁ ଜିଲ୍ଲା ଅବକାରୀ ବିଭାଗ ସହ ତହସିଲଦାର ଓ ପୋଲିସ ଉପସ୍ଥିତିରେ ଏକ ୧୦୦ ଜଣିଆ ଟିମ୍ ୧୦ ରୁ ଉର୍ଦ୍ଧ୍ବ ବେଆଇନ ମଦ ଭାଟି ଉପରେ ଚଢ଼ାଉ କରିଥିଲେ । ଚଢାଉ ବେଳେ ମଦ ପାଇଁ ବ୍ୟବହୃତ ସାମଗ୍ରୀ ସହ ୨୫ ହଜାର ଲିଟରରୁ ଉର୍ଦ୍ଧ୍ବ ପୋଚ ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ପୋଚ ସହ ଜବତ ମଦ ତିଆରି ସାମଗ୍ରୀର ମୂଲ୍ୟ ୧୫ ଲକ୍ଷ ହେବ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।


ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details