ଓଡିଶା

odisha

ETV Bharat / state

ରାବଣ ପୋଡି: ଅଧର୍ମ ଉପରେ ଧର୍ମର ବିଜୟ

ତ୍ରେତୟା ଯୁଗରେ ବିଜୟା ଦଶମୀ ଦିନ ରାବଣ ବଦ୍ଧ କରିଥିଲେ ପ୍ରଭୁ ରାମଚନ୍ଦ୍ର । ସେହି ଦିନକୁ ମନେ ପକାଇବା ପାଇଁ ପ୍ରତି ବର୍ଷ ପାଳିତ ହୁଏ ରାବଣ ପୋଡି । ଅଧିକ ପଢ଼ନ୍ତୁ...

By

Published : Oct 7, 2019, 11:51 PM IST

ରାବଣ ପୋଡି: ଅଧର୍ମ ଉପରେ ଧର୍ମର ବିଜୟ

ବାଲେଶ୍ଵର: ଆଇଟିଆଇ ପଡ଼ିଆରେ ଅନୁଷ୍ଠିତ ହୋଇଛି ରାବଣ ପୋଡି ମହୋତ୍ସବ । ଅଧର୍ମ ଉପରେ ଧର୍ମର ବିଜୟକୁ ନେଇ ଏହି ମହୋତ୍ସବ ଆୟୋଜନ କରାଯାଇଥିଲା ।

ରାବଣ ପୋଡି: ଅଧର୍ମ ଉପରେ ଧର୍ମର ବିଜୟ

ବିଜୟା ଦଶମୀରେ ମହାପ୍ରଭୁ ଶ୍ରୀରାମ ରାବଣକୁ ବଦ୍ଧ କରି ଧରାକୁ ଅନ୍ୟାୟ ଓ ପାପ ମୁକ୍ତ କରିଥିଲେ । ତେଣୁ ପ୍ରତ୍ୟେକ ବର୍ଷ ଅଧର୍ମ ଉପରେ ଧର୍ମର ବିଜୟକୁ ମନେ ପକାଇବା ପାଇଁ ରାବଣ ପୋଡି ଉତ୍ସବ ପାଳିତ ହୁଏ । ତେବେ ଅନେକ ଅଞ୍ଚଳରେ ମଙ୍ଗଳବାର ରାବଣ ପୋଡି ଅନୁଷ୍ଠିତ ହେବାକୁ ଥିବା ବେଳେ ବାଲଶ୍ବରରେ ଜିଲ୍ଲାରେ ସୋମବାର ଆୟୋଜିତ ହେଇଥିଲା ।

ଏହି ଅବସରରେ ମଞ୍ଚରେ ରାମ ରାବଣ ଯୁଦ୍ଧର ନାଟକ ମଧ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ବି ଯୁଗଳ କିଶୋର କୁମାର, ରେମୁଣା ବିଧାୟକ ସୁଧାଂଶୁ ପରିଡା, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ।

ଦୁଇଘଣ୍ଟା ଧରି ବିଭିନ୍ନ ପ୍ରକାରର ଆତସବାଜି ହୋଇଥଲା। ଜିଲ୍ଲା ପୋଲିସ, ଅଗ୍ନିଶମ ବିଭାଗ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପ୍ରସ୍ତୁତ କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details