ବାଲେଶ୍ବର: ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦିଘା ମୁହାଣରୁ ଜାଲରେ ପଡ଼ିଲା ବଡ ମାଛ (Fish caught at Bay of Bengal mouth near Digha in West Bengal) । ଯାହାର ମୂଲ୍ୟ ୫ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି (Giant fish sold for Rs 5 lakh) । ଏହି ଦର ଶୁଣି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି, ମାତ୍ର ବାସ୍ତବରେ ମତ୍ସ୍ୟଜୀବୀଙ୍କ ଜାଲରେ ଏପରି ବହୁ ମୂଲ୍ୟର ବଡ଼ ମାଛ ଫସିଛି । ଏହି ବିରାଟ ମାଛକୁ କୋଲକାତାର ଏକ ଫାର୍ମା କମ୍ପାନୀକୁ ୫ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥିବା ସୂଚନା ମିଳିଛି ।
ଏହି ବିରାଟ ମାଛ ହେଉଛି ତେଲିଆ ଭୋଳା ମାଛ । ଯାହାକି ମତ୍ସ୍ୟଜୀବୀଙ୍କୁ ଲକ୍ଷପତି କରିଛି । ଏମିତି ମାଛ ନିଲାମ ହେବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାର ଓଜନ ୩୫ କେଜି ରହିଛି । ଏହି ମାଛର ଅନେକ ଔଷଧୀୟ ଗୁଣ (Fish bears immense medicinal value) ରହିଥିବାରୁ କୋଲକାତାର ଫାର୍ମା କମ୍ପାନୀ ଏହାକୁ କ୍ରୟ କରିଛି । ମତ୍ସ୍ୟଜୀବୀଙ୍କ କହିବାନୁସାରେ ଏହି ପ୍ରଜାତିର ମାଛ ମୁଖ୍ୟତଃ ଗଭୀର ସମୁଦ୍ର ମଧ୍ୟରେ ଚଳପ୍ରଚଳ କରିଥାନ୍ତି । ମାତ୍ର ସମୁଦ୍ର ମୁହାଣରେ ବେଳେ ବେଳେ ଏହି ମାଛକୁ ଧରିଥାନ୍ତି ମତ୍ସ୍ୟଜୀବୀ ।
ଏହା ବି ପଢନ୍ତୁ-ପାରିବାରିକ କଳହରୁ ବହିଲା ରକ୍ତର ନଦୀ, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ