ବାଲେଶ୍ବର: ସୋର ଅଞ୍ଚଳରେ ଲଜ୍ଜା । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ 55 ବର୍ଷୀୟ ବୃଦ୍ଧ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।
ସୋରରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ - rape allegation in balasore
ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଚାଲିଥିବା ବେଳେ ସୋରରୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି ।
ସୋରରେ ଲଜ୍ଜା, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ
ସୋରରେ ଲଜ୍ଜା, ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ
ଅଭିଯୋଗ ଅନୁଯାୟୀ, ସପ୍ତମ ଶ୍ରେଣୀ ଛାତ୍ରୀ ଜଣଙ୍କ ସନ୍ଧ୍ୟା ବେଳେ ମାମୁଁ ଘରକୁ ସାଇକେଲରେ ଯାଉଥିଲେ । ପଡୋଶୀ ଉପେନ୍ଦ୍ର ଜେନା ଛାତ୍ରୀଙ୍କୁ ଚକୋଲେଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀଙ୍କ ମା’ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୋର ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ