ବାଲେଶ୍ଵର: ବାଲେଶ୍ଵର ସଦର ଉପନିର୍ବାଚନରେ ସ୍ୱାଧୀନପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନରେ ଓହ୍ଲାଇଥିବା 80 ବର୍ଷୀୟ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ଯାତ୍ରା ଜଗତର ଚର୍ଚ୍ଚିତ ଆଇଟମ ଗାର୍ଲ ରାଣୀ ପଣ୍ଡା ପ୍ରଚାର କରିଛନ୍ତି ।
ବେଣୁଧର ବାଳ କାଟି ପରିବାର ପୋଷୁଥିବା ବେଳେ ନିର୍ବାଚନ ପ୍ରଚାର ପାଇଁ ତାଙ୍କ ପାଖରେ ଭଲ ସାଇକେଲ ନଥିବାରୁ ରାଣୀ ପଣ୍ଡା ତାଙ୍କୁ ଏକ ନୂଆ ସାଇକେଲ ଦେଇଥିଲେ । ଏଥିସହିତ ରାଣୀ ଗୁଡିପଦା ଅଞ୍ଚଳରେ ତାଙ୍କ ପାଇଁ ପ୍ରଚାର ମଧ୍ୟ କରିଥିଲେ ।