ବାଲେଶ୍ବର: ବାତ୍ୟା ୟସର ପ୍ରଭାବରେ ବାଲେଶ୍ଵରରେ କ୍ଷୟକ୍ଷତି ଆକଳନ କରିବା ପାଇଁ ବହୁ ମନ୍ତ୍ରୀ ବାଲେଶ୍ଵରରେ ପହଞ୍ଚିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଭାବେ ବାତ୍ୟା ପରର ସ୍ଥିତି ସମୀକ୍ଷା କରିବା ପାଇଁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବାଲେଶ୍ଵରରେ ଅଛନ୍ତି ।
ସକାଳ ଠାରୁ ମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ତୁରନ୍ତ ରିଲିଫ ସାମଗ୍ରୀ ବିପନ୍ନଙ୍କୁ ଯୋଗାଇ ଦେବାପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସପ୍ତାହେ ପାଇଁ ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତି କରାଯାଇଛି।