ବାଲେଶ୍ବର: ଜାତୀୟ ଜଳପଥ ୫ରେ ଓଡ଼ିଶା କୋଷ୍ଟ କେନାଲ ଅନ୍ତର୍ଭୁକ୍ତ । ଏହି କୋଷ୍ଟ କେନାଲ ଦିନେ ଓଡ଼ିଶାର ନୌବାଣିଜ୍ୟ, ଗମନାଗମନ, ପାନୀୟ ଜଳ, ଜଳସେଚନ, ମଧୁର ଜଳ ସଂରକ୍ଷଣ ଓ ଜଳ ନିଷ୍କାସନ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା । କାଳକ୍ରମେ ଏହା ପୋତି ହୋଇ ନଷ୍ଟ ହୋଇଯାଇଛି ।
କୋଷ୍ଟ କେନାଲ ପୁନରୁଦ୍ଧାର ପାଇଁ ଭୋଗରାଇରୁ ବାସୁଦେବପୁର ଯାଏଁ ରାଲି - କୋଷ୍ଟ କେନାଲ ବଞ୍ଚାଅ ଅଭିଯାନ
ଜାତୀୟ ଜଳପଥ ୫ରେ ଓଡ଼ିଶାର କୋଷ୍ଟ କେନାଲ ଅନ୍ତର୍ଭୁକ୍ତ । ଏହି କୋଷ୍ଟ କେନାଲ ଦିନେ ନୌବାଣିଜ୍ୟର ପ୍ରାଣକେନ୍ଦ୍ର ଥିଲା । କାଳକ୍ରମେ ଏହା ପୋତି ହୋଇ ନଷ୍ଟ ହୋଇଯାଇଛି । ତା’ର ପୁନରୁଦ୍ଧାର ପାଇଁ ଏକ ଅଭିଯାତ୍ରୀ ଦଳ ଭୋଗରାଇରୁ ବାସୁଦେବପୁର ଆସିବେ । ଅଧିକ ପଢନ୍ତୁ
କୋଷ୍ଟ କେନାଲ ପୁନରୁଦ୍ଧାର ପାଇଁ ଭୋଗରାଇରୁ ବାସୁଦେବପୁର ଯାଏଁ ରାଲି
ଏହାର ପୁନରୁଦ୍ଧାର ହେଲେ ଏହା ଓଡ଼ିଶାର ଅର୍ଥନୈତିକ ବିକାଶରେ ସହାୟକ ହେବ। ତେଣୁ ପୁନରୁଦ୍ଧାର ପାଇଁ ଭୋଗରାଇ ବ୍ଲକ ଅନାଳିଆ ପଞ୍ଚାୟତର ମାନକୁଣ୍ଡାରୁ ଏକ ଅଭିଯାତ୍ରୀ ଦଳ ବାସୁଦେବପୁର ଆସିବା ପାଇଁ ଯୋଜନା କରୁଛନ୍ତି । ବାସୁଦେବପୁରରେ ପହଞ୍ଚି ସେଠାରେ ସାଧାରଣ ସଭା ମାଧ୍ୟମରେ କୋଷ୍ଟ କେନାଲ ପୁରୁଦ୍ଧାର ପାଇଁ ଦାବି ଉପସ୍ଥାପନ କରିବେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ