ବାଲେଶ୍ବର : ନିଜ ମନରୁ ବିଭିନ୍ନ ବିଷୟ ଓ ସାମ୍ପ୍ରତ୍ତିକ ଘଟଣାକୁ ନେଇ ସେ ବକ୍ତବ୍ୟ ମାଧ୍ୟମରେ ଅତି ସୁନ୍ଦର ଭାବରେ ଉପସ୍ଥାପନା କରି ପାରନ୍ତି । ଏଥିପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରାଜଲକ୍ଷ୍ମୀ ପାଗଳ । ବାଲେଶ୍ଵର ସହର ଅଙ୍ଗାରଗଡ଼ିଆ ଅଞ୍ଚଳର ମାନସ କୁମାର ପାଗଳ ଓ ସୁଶ୍ରୀ ସଂଗୀତା ପାଗଳଙ୍କ ଝିଅ ହେଉଛନ୍ତି ରାଜଲକ୍ଷ୍ମୀ । ବର୍ତ୍ତମାନ ରାଜଲକ୍ଷ୍ମୀ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ ହୋଇଥିବା ବେଳେ ତାଙ୍କର ଏ ପ୍ରତିଭା ଷଷ୍ଠ ଶ୍ରେଣୀରେ ହିଁ ପ୍ରସ୍ଫୁଟିତ ହୋଇଥିଲା । ଶତାଧିକ ଜିଲ୍ଲା ଓ ରାଜ୍ୟସ୍ତରୀୟ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସେ ସଫଳ ହୋଇଛନ୍ତି ।
ରାଜଲକ୍ଷ୍ମୀ ସୁନ୍ଦର ଭାବେ ଇଂରାଜୀ, ହିନ୍ଦୀ ଓ ଓଡିଆରେ କହିବା ସହ ଲେଖି ମଧ୍ୟ ପାରନ୍ତି। ସେ ପିଲାଟି ଦିନରୁ ଏ ଦିଗରେ ପାରଙ୍ଗମ ଥିଲେ। ରାଜଲକ୍ଷ୍ମୀ ଇଂରାଜୀ, ହିନ୍ଦୀ ଓ ଓଡିଆ ଭାଷାରେ ଭାଷଣ ବକ୍ତୃତା, ଗଳ୍ପକଥନ, ଉଚ୍ଚସ୍ବର ପଠନ, ଦେଖି କହିବା , ପ୍ରବନ୍ଧ ରଚନା ସହ ହସ୍ତାକ୍ଷର ପ୍ରତିଯୋଗିତାରେ ଭାଗ ନେଇଥିଲେ । ଧୀରେଧୀରେ ସେ ଜିଲ୍ଲା ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବା ସହ ପୁରସ୍କୃତ ମଧ୍ୟ ହୋଇଥିଲେ ।