ବାଲେଶ୍ଵର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ଵର ସହରର ମୋତିଗଞ୍ଜ ବଜାରର ମୁଖ୍ୟରାସ୍ତା ଉପରେ ବର୍ଷାପାଣି ଢେଉ ମାରୁଥିବା ଦେଖିବାକୁ ମିଳିଛି । ଅସରାଏ ବର୍ଷା ହେଲେ କଂଗ୍ରେସ ଗଳିରେ 4 ଫୁଟ ଉଚ୍ଚର ପାଣି ଚାଲିଥାଏ ।
କଂଗ୍ରେସ ଗଳି ପାଣି ଉଛୁଳି ମୋତିଗଞ୍ଜ ବଜାର ଭିତରକୁ ପଶିଥିଲା । ଯାହା ଫଳରେ କି ସାଧାରଣ ଲୋକଙ୍କ ଯାତାୟତରେ ବାଧା ଉପୁଜିଥିଲା ।