ବାଲେଶ୍ବର: ଚଳିତ ବର୍ଷ ଲଗାଣ ବର୍ଷା କାରଣରୁ ବହୁ ଚାଷଜମି ଜଳମଗ୍ନ ହୋଇ ଯାଇଥିଲା । ସେପ୍ଟେମ୍ବର ମାସ ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଘଟିଥିବା କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରିଛି ବାଲେଶ୍ବର ଜିଲ୍ଲା କୃଷି ବିଭାଗ । ତେବେ ବିଭାଗୀୟ ଅଧିକାରୀ ଜିଲ୍ଲାପାଳଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ବାଲେଶ୍ଵର ଜିଲ୍ଲାରେ ସଦର, ରେମୁଣା, ବସ୍ତା, ସୋର, ବାଲିଆପାଳ, ଜଳେଶ୍ବର, ଭୋଗରାଇ, ନୀଳଗିରି ଆଦି ବ୍ଲକର ଚାଷଜମି ପ୍ରଭାବିତ ହୋଇଛି । ଏଥସହିତ ସମୁଦାୟ ୧୫୩ ପଞ୍ଚାୟତ ଏବଂ ୭୮୫ ଟି ଗାଁ ଜଳମଗ୍ନ ହୋଇଥିବା ଉଲ୍ଲେଖ ରହିଛି । ଏହାବ୍ୟତୀତ ଜିଲ୍ଲାରେ ସମୁଦାୟ ୨୭୦୦୫ ହେକ୍ଟର ଫସଲ ଜମି ଜଳମଗ୍ନ ହୋଇଛି ।
ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି, ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ - balasote agriculture department
ଚଳିତ ବର୍ଷ ଲଗାଣ ବର୍ଷାରେ ଘଟିଥିବା କ୍ଷୟକ୍ଷତିର ଆକଳନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛି ବାଲେଶ୍ବର ଜିଲ୍ଲା କୃଷି ବିଭାଗ । ଅଧିକ ପଢନ୍ତୁ...
![ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି, ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି, ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ](https://etvbharatimages.akamaized.net/etvbharat/prod-images/768-512-13361641-594-13361641-1634275994231.jpg)
ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଚାଷଜମି, ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ
ବାଲେଶ୍ଵର ସଦରରେ ୩୫୨୩ ହେକ୍ଟର, ରେମୁଣାରେ ୩୫୪୯ ହେକ୍ଟର, ବସ୍ତାରେ ୪୭୨୦ ହେକ୍ଟର, ସୋରରେ ୭୩୦ ହେକ୍ଟର, ବାଲିଆପାଳରେ ୧୧୩୨ ହେକ୍ଟର, ଜଳେଶ୍ବରରେ ୩୪୯୬ ହେକ୍ଟର, ଭୋଗରାଇରେ ୯୮୫୦ ହେକ୍ଟର ଏବଂ ନୀଳଗିରି ବ୍ଲକରେ ୮ ହେକ୍ଟର ଚାଷ ଜମି ପାଣି ମାଡିଯାଇଛି । ଯାହାଫଳରେ ୮ଟି ବ୍ଲକର ଚାଷୀଙ୍କ ଚାଷ କ୍ଷତିଗ୍ରସ୍ତ ହୋଇଛି । ଏବେ ଧାନରେ ପଚା ରୋଗ ସହ ଧାନ ଗଛ ନାଲି ପଡିବାକୁ ବସିଲାଣି । ଫଳରେ ଏଥର ଭଲ ଅମଳ ହେବ କି ନାହିଁ ସେନେଇ ଆଶା ଆଶଙ୍କାରେ ଚାଷୀ । ତେବେ ବର୍ତ୍ତମାନ ଜିଲ୍ଲା କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ