ଓଡିଶା

odisha

ETV Bharat / state

ରେଳ ଟିକେଟ କଳାବଜାରୀ କରି ପାନ ଦୋକାନୀ ଗିରଫ - railway crime branch arrest a person

ବାଲେଶ୍ବର ଜିଲା ଖନ୍ତାପଡା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରେ ଥିବା ଏକ ପାନ ଦୋକାନ ଉପରେ ରେଳବାଇ କ୍ରାଇମବ୍ରାଞ୍ଚର ଚଢାଉ । ଏହି ଚଢାଉରେ ବିଭାଗ ବହୁ ରେଳ ଟିକେଟ୍ ସହ ପାନ ଦୋକାନୀଙ୍କୁ ଗିରଫ କରିଛି ।

ରେଳ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଜଣେ ଗିରଫ

By

Published : Oct 20, 2019, 5:44 PM IST

ବାଲେଶ୍ବର: ରେଳ ଟିକେଟ୍ କଳାବଜାରୀ ଅଭିଯୋଗରେ ପାନ ଦୋକାନୀ ଗିରଫ । ଏଭଳି ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲାରୁ । ଗିରଫ ପାନଦୋକାନୀ ହେଲେ ହୃଷିକେଶ ସାହୁ । ରେଳ କ୍ରାଇମ ବ୍ରାଞ୍ଚ ତାଙ୍କ ଦୋକାନ ଉପରେ ଚଢାଉ କରି 25ରୁ ଊର୍ଦ୍ଧ୍ବ ରେଳ ଟିକେଟ୍ ଜବତ କରିବା ସହ ତାଙ୍କୁ ଗିରଫ କରିଛି ।

ରେଳ ଟିକେଟ୍‌ କଳାବଜାରୀ ଅଭିଯୋଗରେ ଜଣେ ଗିରଫ

ସୂଚନା ଅନୁସାରେ, ଖନ୍ତାପଡା ଥାନା ଅଧିନସ୍ଥ ଗୋପାଳପୁର ବଜାରରେ ପାନ ଦୋକାନ କରିଛନ୍ତି ହୃଷିକେଶ । ହେଲେ ଦୋକାନ ସହ ବେଆଇନ ଭାବେ ରେଳ ଟିକେଟ୍ ସେ ବିକ୍ରି କରୁଥିବା ଖବର ପାଇଥିଲା ରେଳବିଭାଗ । ଖବର ପାଇବା ପରେ କ୍ରାଇମବ୍ରାଞ୍ଚ ଇନିସ୍‌ପେକ୍ଟର ସୁରେଶ କୁମାରଙ୍କ ନେତୃତ୍ବରେ ଏକ ଆଠ ଜଣିଆ ଟିମ ଦୋକାନ ଉପରେ ଚଢ଼ାଉ କରିଥିଲେ। । ଚଢ଼ାଉରେ 25ରୁ ଊର୍ଦ୍ଧ୍ବ ଟିକେଟ୍‌ ଜବତ କରିବା ସହ ହୃଷିକେଶଙ୍କୁ ଗିରଫ କରାଯାଇଛି । ଜବତ ଟିକେଟ୍‌ର ଆନୁମାନିକ ମୂଲ୍ୟ 35 ହଜାର ଟଙ୍କା ବୋଲି ଜଣାପଡିଛି ।


ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details