ବାଲେଶ୍ବର: ଷ୍ଟେସନରେ ବିଭିନ୍ନ ସମସ୍ୟା ନେଇ ରେଳ ରୋକ କଲେ ସୋର ନାଗରିକ ମଞ୍ଚ ଓ ବିଭିନ୍ନ ଅନୁଷ୍ଠାନ । କୋରୋନା ପୂର୍ବରୁ ସୋର ରେଳ ଷ୍ଟେସନରେ ୨ଟି ଟ୍ରେନ ଜଗନ୍ନାଥ ଓ ଉତ୍କଳ ଏକ୍ସପ୍ରେସ ରହୁଥିଲା । କିନ୍ତୁ କୋରୋନା ପରେ କେବଳ ଅପ ରୁଟରେ ରହୁଥିବା ବେଳେ ଡାଉନରେ ରହୁନାହିଁ । ଯାହାକୁ ନେଇ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରେଳ ରୋକ କରାଯାଇଛି ।
Rail Roko Protest: ଟ୍ରେନ ରହଣି ଦାବିରେ ସୋର ଷ୍ଟେସନରେ ରେଳରୋକ - Rail roko agitation
ସୋର ରେଳ ଷ୍ଟେସନରେ ବିଭିନ୍ନ ସମସ୍ୟା ନେଇ ନାଗରିକ ମଞ୍ଚ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରେଳ ରୋକ । ଅଧିକ ପଢନ୍ତୁ
ସୋର ଷ୍ଟେସନରେ ସମସ୍ୟା ନେଇ ରେଳ ରୋକ କଲେ ବିଭିନ୍ନ ସଂଗଠନ
ସୋର ଷ୍ଟେସନରେ ସମସ୍ୟା ନେଇ ରେଳ ରୋକ କଲେ ବିଭିନ୍ନ ସଂଗଠନ
ଏଥିସହ ଷ୍ଟେସନରେ ଗାଡ଼ିର ରହଣି ସହ ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ସଂଗଠନର ସଦସ୍ୟ ମାନେ ରେଳ ଲାଇନରେ ବସି ଦାବି କରିଛନ୍ତି । ରେଳ ବିଭାଗ ପକ୍ଷରୁ ଜଣେ ଅଧିକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରିଥିବା ସୂଚନା ରହିଛି ।
ଇଟିଭି ଭାରତ, ବାଲେଶ୍ବର