ଓଡିଶା

odisha

ETV Bharat / state

Bahanaga Train Tragedy: କଥା ରଖିଲେ ରେଳମନ୍ତ୍ରୀ, ବାହାନଗାର ବିକାଶ ପାଇଁ ଦେଲେ ୧ କୋଟି - ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାହାନଗା ବିକାଶ ପାଇଁ ସାଂସଦ ପାଣ୍ଠିରୁ 1 କୋଟି 55 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ରେଳମନ୍ତ୍ରୀ । ଅଧିକ ପଢନ୍ତୁ

rail minister  Ashwini Vaishnaw
rail minister Ashwini Vaishnaw

By

Published : Jul 6, 2023, 2:07 PM IST

ବାଲେଶ୍ବର:କଥା ଦେଇ କଥା ରଖିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ବାହାନଗା ବିକାଶ ପାଇଁ ନିଜସ୍ୱ ପାଣ୍ଠିରୁ 1 କୋଟି 55 ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ରେଳମନ୍ତ୍ରୀ । ଏଥିରେ ବାଲେଶ୍ଵର ମେଡିକାଲ ସମେତ ବାହାନଗା ଅଞ୍ଚଳର ବିକାଶ ହେବ । ବାଲେଶ୍ଵର ଲାଏନ୍ସ ଚକ୍ଷୁ ହସ୍ପିଟାଲରେ ଏକ ମଡ୍ୟୁଲାର ଅପରେସନ ଥିଏଟର ପାଇଁ ରେଳମନ୍ତ୍ରୀ 20 ଲକ୍ଷ ଟଙ୍କା ମଞ୍ଜୁର କରିଥିବା ବେଳେ ବାଲେଶ୍ଵର ମେଡିକାଲ ପାଇଁ ଏକ ଆଡ଼ଭାନ୍ସ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ପାଇଁ 35 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବା ଜଣା ପଡ଼ିଛି ।

ସେହିପରି ବାହାନଗା ଅଞ୍ଚଳ ପାଇଁ ମଧ୍ୟ ଅନୁଦାନ ପ୍ରଦାନ କରାଯାଇଛି । ବାହାନଗା ବଜାରରେ ଥଣ୍ଡା ପାନୀୟ ଜଳ, ଶୌଚାଳୟ ଓ କମ୍ୟୁନିଟି ହଲ୍‌ ପାଇଁ 17 ଲକ୍ଷ ଟଙ୍କା, କମରିପୁର, ଗନ୍ଧିନା, ଦରଡ଼ିଆ ଏବଂ ଅସିମିଳା ଗ୍ରାମରେ କମ୍ୟୁନିଟି ହଲ୍‌ ପାଇଁ ସମୁଦାୟ 36 ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି । ଅନ୍ୟପଟେ ପଥରପେଣ୍ଠ ଗ୍ରାମରେ ଶିଶୁ ଉଦ୍ୟାନ ଏବଂ ଜିମ୍‌ ସେଣ୍ଟର ପାଇଁ 15 ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ଏଥିସହ ବାହାନଗା ଦେଇ ଯାଇଥିବା ଜାତୀୟ ରାଜପଥରୁ ଇଚ୍ଛାପୁର ଯାଏଁ ଏବଂ ସଠି ଗ୍ରାମରୁ ସତିରା ଯାଏଁ ରାସ୍ତା କାମ ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।

ବାହାନଗା ବଜାର ଏବଂ ସଠି ଗ୍ରାମ, ଇଚ୍ଛାପୁର ଗ୍ରାମ, ବାରିକପୁର ଗ୍ରାମ ଆଦିରେ ସୋଲାର ଷ୍ଟ୍ରିଟ ଲାଇଟ ଲଗାଇବା ପାଇଁ 17 ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ସେହିପରି ପଥରପେଣ୍ଠ ଶିବପୁରା ଅଞ୍ଚଳରେ ଥିବା ପ୍ରାଣବନ୍ଧୁ ବିଦ୍ୟାପୀଠର ଖେଳ ପଡ଼ିଆର ବିକାଶ ପାଇଁ 5 ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏନେଇ ରେଳମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକଳ୍ପ ବିଷୟରେ ଚିଠି କରାଯାଇଥିବା ଜଣା ପଡିଛି ।

ଏହା ମଧ୍ୟ ପଢନ୍ତୁ-Bahanaga Train Tragedy: ମାନବିକତା ପାଇଁ ମିଳିଲା ସମ୍ମାନ, ଭିତ୍ତିଭୂମି ଓ ସ୍ବାସ୍ଥ୍ୟସେବା ପାଇଁ 2କୋଟି ଅନୁଦାନ

ପ୍ରକାଶ ଥାଉକି, ବାହାନଗାରେ ଗତ ଜୁନ୍‌ 2 ତାରିଖରେ ହୋଇଥିବା ରେଳ ଦୁର୍ଘଟଣାରେ ଦେବଦୂତ ସାଜି ଉଦ୍ଧାର କାର୍ଯ୍ୟରେ ମାନବିକତା ଦେଖାଇଥିଲେ ବାହାନଗାବାସୀ । ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ଘୋଷଣା 2 କୋଟି ଟଙ୍କାର ଅନୁଦାନ ହୋଇଥିଲା। ରେଳବାଇ ପକ୍ଷରୁ 1 କୋଟି ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସାଂସଦ ପାଣ୍ଠିରୁ 1 କୋଟି ଟଙ୍କାର ଅନୁଦାନ ଘୋଷଣା କରାଯାଇଥିଲା । ଏନେଇ ନିଜେ ରେଳମନ୍ତ୍ରୀ ବୈଷ୍ଣବ ବାହାନଗାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details