ଓଡିଶା

odisha

ମଝି ଆକାଶରେ ‘ବଂଶୀ’କୁ ଖସାଇଲା କ୍ୟୁଆରଏସଏଏମ

By

Published : Nov 13, 2020, 7:48 PM IST

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିସାଇଲ ବା QR-SAM ସଫଳତାର ସହିତ ଲକ୍ଷ୍ୟଭେଦ କରିଛି । ଚାନ୍ଦିପୁର ସ୍ଥିତ ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର 3 ନମ୍ବର ଉତକ୍ଷେପଣ କେନ୍ଦ୍ରରେ ଏହି ପରୀକ୍ଷଣ କରାଯାଇଥିଲା । ଅଧିକ ପଢନ୍ତୁ...

ମଝି ଆକାଶରେ ‘ବଂଶୀ’କୁ ଖସାଇଲା କ୍ୟୁଆରଏସଏଏମ
ମଝି ଆକାଶରେ ‘ବଂଶୀ’କୁ ଖସାଇଲା କ୍ୟୁଆରଏସଏଏମ

ବାଲେଶ୍ବର: ପୁଣି ବଢିଲା ପ୍ରତିରକ୍ଷା ବିଭାଗର ଶକ୍ତି । ଡିଆରଡିଓକୁ ଜବରଦସ୍ତ ମିଳିଛି ଏକ ସଫଳତା । ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହେଉଥିବା ଏହି ମିଶାଇଲ ସଫଳତାର ସହିତ ଲକ୍ଷ୍ୟ ଭେଦ କରିଛି । ବାଲେଶ୍ବର ସ୍ଥିତ ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର 3 ନମ୍ବର ଉତକ୍ଷେପଣ କେନ୍ଦ୍ରରେ ଆଜି(ଶୁକ୍ରବାର) ପରୀକ୍ଷଣ ସକାଳ 3 ଟା 30ମିନିଟରେ କରାଯାଇଥିଲା ।

ଡିଆରଡିଓ ପକ୍ଷରୁ ଜାରି ସୂଚନା ମୁତାବକ, ମିଶାଇଲ ମଝି ଆକାଶରେ ଟାର୍ଗେଟକୁ ସଫଳତାର ସହ ହିଟ୍ କରିଥିଲା । ଏହାକୁ ଡିଆରଡିଓ ନିଜସ୍ବ ଜ୍ଞାନ କୌଶଳରେ ନିର୍ମାଣ କରିଛି । ଏହା ସ୍ବଦେଶୀ ବାୟୁ ପ୍ରତିରକ୍ଷା ମିଶାଇଲ ଅଟେ । କୌଣସି ଟାର୍ଗେଟକୁ ନିକ୍ଷେପର ମାତ୍ର କିଛି ସେକେଣ୍ଡରେ ଏହା ନଷ୍ଟ କରିଥାଏ । ତେବେ ଶୁକ୍ରବାର ହୋଇଥିବା ପରୀକ୍ଷଣରେ ସମସ୍ତ ମାନଦଣ୍ଡ ସଠିକ ଥିଲା ବୋଲି ସୂଚନା ମିଳିଛି ।

ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିସାଇଲ ବା QR-SAM ସଫଳତାର ସହିତ ଲକ୍ଷ୍ୟ ଭେଦ କରିଛି । ଏହି କ୍ଷେପଣାସ୍ତ୍ରଟି ଯେକୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଏୟାରକ୍ରାଫ୍ଟକୁ ଧ୍ବଂସ କରିପାରିବ। ଡିଆରଡିଓ ଭାରତ ଇଲେକ୍ଟ୍ରୋନିକ ଓ ଭାରତ ଡାଇନମିକର ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି । ଏହାର ପ୍ରଥମ ପରୀକ୍ଷା ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା ।

ତେବେ ମିଲସାଇଲର ସଫଳ ପରୀକ୍ଷଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details