ବାଲେଶ୍ଵର: ପୋଲ ନିର୍ମାଣ କାମରେ ବିଳମ୍ବ ନେଇ ତେଜିଛି ଅସନ୍ତୋଷ । ବାଲେଶ୍ଵର ସହରର ଆଜିମାବାଦ ଦେଇ ଯାଇଥିବା ମୁଖ୍ୟରାସ୍ତାର ଏକ ପୋଲ କାର୍ଯ୍ୟ ଅସମ୍ପୂର୍ଣ୍ଣ ନେଇ ଅଭିଯୋଗ ହେବା ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସ୍ଥାନୀୟ ବାସିନ୍ଦା ।ରାସ୍ତା ମଝିରେ କାମ ଚାଲୁଥିବାରୁ ସେହିବାଟ ଦେଇ ଲୋକଙ୍କ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏକମାସରୁ ଉର୍ଦ୍ଧ୍ବ ହେବ ରାସ୍ତା କାମ ଚାଲୁଥିବା ବେଳେ ପୋଲ କାମ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।
ଏହାସହ ରାସ୍ତାର ଦୁଇ ପାର୍ଶ୍ଵରେ ତିଆରି ହେଉଥିବା ନାଳ ଗୁଡିକ ସୁବ୍ୟବସ୍ଥିତ ଭାବେ ତିଆରି ହୋଇ ନଥିବା ଅଭିଯୋଗ ହୋଇଛି। ଉକ୍ତ ରାସ୍ତାରେ ଥିବା ଛୋଟବଡ଼ ଦୋକାନୀମାନଙ୍କ ରୋଜଗାରରେ ବାଧା ସୃଷ୍ଟି ହେବାସହ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଠିକାଦାର ଲୋକମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି।