ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା - ଟାଟା ପାୱାର

ବାଲେଶ୍ଵର ଜିଲ୍ଲା କଂଗ୍ରେସ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (INTUC) ଏବଂ ଓଡ଼ିଶା ପାୱାର ସେକ୍ଟର ଟେକ୍‌ନିକାଲ କର୍ମଚାରୀ ସଂଘ ପକ୍ଷରୁ ମିଳିତ ଭାବେ ଟାଟା ପାୱାର ବିରୋଧରେ ଆନ୍ଦୋଳନ କରାଯାଇଛି। ଅଧିକ ପଢନ୍ତୁ

ବିଭିନ୍ନ ଦାବି ନେଇ ଟାଟା ପାୱାର ସମ୍ମୁଖରେ ଆନ୍ଦୋଳନ
ବିଭିନ୍ନ ଦାବି ନେଇ ଟାଟା ପାୱାର ସମ୍ମୁଖରେ ଆନ୍ଦୋଳନ

By

Published : Nov 18, 2021, 3:22 PM IST

ବାଲେଶ୍ବର:ଟାଟା ପାଓ୍ବାର ବିରୋଧରେ ଆନ୍ଦୋଳନ । ଜିଲ୍ଲା କଂଗ୍ରେସ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓ ଓଡ଼ିଶା ପାୱାର ସେକ୍ଟର ଟେକ୍‌ନିକାଲ କର୍ମଚାରୀ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ଏନେଇ ଜାନୁଗଞ୍ଜ ଗୋଳେଇ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।

ବିଭିନ୍ନ ଦାବି ନେଇ ଟାଟା ପାୱାର ସମ୍ମୁଖରେ ଆନ୍ଦୋଳନ

ଅଘୋଷିତ ବିଦ୍ୟୁତ କାଟ ସହ ଖରାପ ମିଟର ବଦଳାଇବା ନାଁରେ ଜୁଲମ କରି ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ଆଣି ଏହି ଆନ୍ଦୋଳନ କରାଯାଇଛି । ସେହିପରି ଦୀର୍ଘ ୧୪/୧୫ ବର୍ଷ ଧରି ନେସ୍କୋରେ କାର୍ଯ୍ୟରତ ଥିବା ଠିକା ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ସମ୍ପର୍କୀୟଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହୋଇଛି ।

ଏଥି ସହ ଯେଉଁ କର୍ମଚାରୀଙ୍କ ବିଦ୍ୟୁତ୍ ଆଘାତ ଯୋଗୁଁ ମୃତ୍ୟୁ ହେବ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ, ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ଥିରୀକୃତ ସର୍ବନିମ୍ନ ମଜୁରୀ ସମସ୍ତ ବର୍ଗର ସଂପୃକ୍ତ ଠିକା କର୍ମଚାରୀଙ୍କୁ ଦିଆଯାଉ, ସଠିକ୍ ମିଟର ରିଡିଂ ଏବଂ ବିଲ୍‌ ନିର୍ଦ୍ଦିଷ୍ଟ ସମୟରେ ଯୋଗାଇବା ଭଳି ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ABOUT THE AUTHOR

...view details