ବାଲେଶ୍ଵର: ଦେଶରେ ଦେଖାଯାଇଥିବା ଆର୍ଥିକ ସଂକଟକୁ ନେଇ ସୋମବାର ଜିଲ୍ଲାପାଳଙ୍କ ଅଫିସ ଆଗରେ ବାମଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମାନ୍ଦାବସ୍ଥା, ଶିଳ୍ପଦ୍ୟୋଗକୁ ଘରୋଇକରଣ କରିବା, ବେକାରୀ ସଂଖ୍ୟା ବୃଦ୍ଧି, ଚାଷୀମାରଣ ନୀତି ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି ।
ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବାମଦଳ ପକ୍ଷରୁ ବିକ୍ଷୋଭ - financial crisis
ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବାମଦଳ ପକ୍ଷରୁ ମିଳିତ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ବାମଦଳର ବିକ୍ଷୋଭ
ଏହାର ସମାଧାନ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ଆତ୍ମ ପ୍ରଚାରରେ ମାତିଥିବା ଅଭିଯୋଗ କରିଛନ୍ତି ବାମପନ୍ଥୀ। ଏନେଇ ବାମଦଳ ପକ୍ଷରୁ ଷ୍ଟେସନ ଛକରୁ ଏକ ବିରାଟ ପଟୁଆର ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏ ସମ୍ପର୍କିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ