ବାଲେଶ୍ଵର: ଜିଲ୍ଲା କଂଗ୍ରେସ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (INTUC) ଏବଂ ଓଡ଼ିଶା ପାୱାର ସେକ୍ଟର ଟେକ୍ନିକାଲ କର୍ମଚାରୀ ସଂଘ ପକ୍ଷରୁ ମିଳିତ ଭାବେ ଟାଟା ପାୱାର ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବର୍ଷିଛନ୍ତି । ଟାଟା ପାୱାର ପରିଚାଳନା ଦାୟିତ୍ବ ନେବା ଠାରୁ ୫ଟି ଜିଲ୍ଲାର ବିଦ୍ୟୁତ୍ ଗ୍ରାହକ, ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଘୋଷିତ ବିଦ୍ୟୁତ କାଟ ସହ ଖରାପ ମିଟର ବଦଳାଇବା ନାଁରେ ଜୁଲମ କରି ଜୋରିମାନା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି।
ଟାଟା ପାୱାର ସେବାରେ ଅସନ୍ତୋଷ, ମେଳି ବାନ୍ଧିଲେ ତିନି ସଂଗଠନ
ବାଲେଶ୍ଵର ଜିଲ୍ଲା କଂଗ୍ରେସ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ (INTUC) ଏବଂ ଓଡ଼ିଶା ପାୱାର ସେକ୍ଟର ଟେକ୍ନିକାଲ କର୍ମଚାରୀ ସଂଘ ପକ୍ଷରୁ ମିଳିତ ଭାବେ ଟାଟା ପାୱାର ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବର୍ଷିଛନ୍ତି। ଅଧିକ ପଢନ୍ତୁ...
ସେହିପରି ଯେଉଁ ଦାବି ଗୁଡିକ ଉପସ୍ଥାପନ କରାଯାଇଛି ସେଗୁଡିକ ହେଲା, ଦୀର୍ଘ ୧୪/୧୫ ବର୍ଷ ଧରି ନେସ୍କୋରେ କାର୍ଯ୍ୟରତ ଥିବା ଠିକା ଶ୍ରମିକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହିତ ବିଦ୍ୟୁତ୍ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା କର୍ମଚାରୀ ମାନଙ୍କର ଉତ୍ତରାଧିକାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ସେମାନଙ୍କର ବାକି କାର୍ଯ୍ୟକାଳର ସମସ୍ତ ମାସିକ ଦରମା, ସେମାନଙ୍କର ଉତ୍ତରାଧିକାରୀଙ୍କୁ ପ୍ରଦାନ ପାଇଁ ଦାବି ହୋଇଛି। ବୈଷୟିକ ଶିକ୍ଷାପ୍ରାପ୍ତ ଏବଂ ଅନ୍ୟ ସମସ୍ତ ବୈଷୟିକ କର୍ମଚାରୀଙ୍କୁ କୁଶଳୀ(କ) ଶ୍ରେଣୀଭୁକ୍ତ କରାଯାଉ, ବିଦ୍ୟୁତ୍ ଦୁର୍ଘଟଣା ଜନିତ ମୃତ କର୍ମଋରୀଙ୍କ ପରିବାରକୁ ସ୍ଵତନ୍ତ୍ର ଭାବେ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ, ଓଡ଼ିଶା ସରକାରଙ୍କ ଦ୍ଵାରା ସ୍ଥିରିକୃତ ସର୍ବନିମ୍ନ ମଜୁରୀ ସମସ୍ତ ବର୍ଗର ସଂପୃକ୍ତ ଠିକା କର୍ମଚାରୀଙ୍କୁ ଦିଆଯିବା, ସଠିକ୍ ମିଟର ରିଡିଂ ଏବଂ ବିଲ୍ ନିର୍ଦ୍ଦିଷ୍ଟ ସମୟରେ ଯୋଗାଇବା ଭଳି 24 ଦଫା ଦାବି ଉପସ୍ଥାପନ କରାଯାଇଛି। ଏହାସହ ଟାଟା ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଆସନ୍ତା ୧୫ ତାରିଖରେ ଟାଟା ପାୱାର ଅଫିସ ଆଗରେ ଧାରଣା ଦିଆଯିବ ବୋଲି ସୂଚନା ଦିଆଯାଇଛି।
ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ