ଓଡିଶା

odisha

By

Published : Jan 10, 2020, 9:35 PM IST

ETV Bharat / state

କନିଷ୍ଠ ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ

5 ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘ ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଦାବି ସମୂହକୁ ନେଇ ସଂଘର ପାଞ୍ଚ ଜଣିଆ ଟିମ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛି। ଅଧିକ ପଢନ୍ତୁ...

କନିଷ୍ଠ ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ
କନିଷ୍ଠ ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ

ବାଲେଶ୍ଵର: କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘ ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଷ୍ଟେସନ ଛକରୁ ଏକ ଶୋଭାଯାତ୍ରାରେ ବାହାରି କନିଷ୍ଠ ଶିକ୍ଷକ ଆଶାୟୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ। ସେଠାରେ 5 ଦଫା ଦାବି ନେଇ ସଙ୍ଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏନଓସି ନଥାଇ ଚାଲୁଥିବା ସମସ୍ତ ପ୍ରାଇଭେଟ ସ୍କୁଲକୁ ଯଥାଶୀଘ୍ର ବନ୍ଦ କରିବା, ଖାଲିପଡିଥିବା ଶିକ୍ଷକ ପଦବୀକୁ ପୂରଣ କରିବା ସହ ବିଭିନ୍ନ ସରକାରୀ ସ୍କୁଲର ଭିତ୍ତିଭୂମିକୁ ସୁଦୃଢ କରିବା ଆଦି ଦାବି ନେଇ ଏହି ପ୍ରଦର୍ଶନ କରାଯାଇଥିଲା । ଦାବି ସମୂହକୁ ନେଇ ସଙ୍ଘର ପାଞ୍ଚ ଜଣିଆ ଟିମ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

କନିଷ୍ଠ ଆଶାୟୀ ଶିକ୍ଷକ ସଂଘର ବିକ୍ଷୋଭ

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details