ଓଡିଶା

odisha

ETV Bharat / state

80 ବର୍ଷ ହେଲା ମିଳୁନି ସ୍ଥାୟୀ ପଟ୍ଟା, ପ୍ରତିବାଦରେ ଜେଲ ଭରୋ ଆନ୍ଦୋଳନ

ବାଲେଶ୍ବର ଜିଲ୍ଲା ରେମୁଣା ତହସିଲ ନୂଆପାଢ଼ି ପଞ୍ଚାୟତ ଢାଲ ସାହି ରାଜସ୍ବ ଆଦିବାସୀ ଗ୍ରାମର ବାସିନ୍ଦାଙ୍କୁ ବସୁନ୍ଧରା ଯୋଜନାରେ ସ୍ଥାୟୀ ଜମି ପଟ୍ଟା ଓ ଜାତି ପ୍ରମାଣପତ୍ର ପ୍ରଦାନ ଦାବିରେ ଜେଲଭରୋ ଆନ୍ଦୋଳନ କରାଯାଇଛି । ଅଧିକ ପଢନ୍ତୁ

By

Published : Jun 4, 2022, 5:49 PM IST

80 ବର୍ଷ ହେଲା ମିଳୁନି ସ୍ଥାୟୀ ପଟ୍ଟା, ପ୍ରତିବାଦରେ ଜେଲ ଭରୋ ଆନ୍ଦୋଳନ
80 ବର୍ଷ ହେଲା ମିଳୁନି ସ୍ଥାୟୀ ପଟ୍ଟା, ପ୍ରତିବାଦରେ ଜେଲ ଭରୋ ଆନ୍ଦୋଳନ

ବାଲେଶ୍ବର: ଜିଲ୍ଲାର ରେମୁଣା ତହସିଲ ନୂଆପାଢ଼ି ପଞ୍ଚାୟତ ଢାଲ ସାହି ରାଜସ୍ବ ଆଦିବାସୀ ଗ୍ରାମର ବାସିନ୍ଦାଙ୍କୁ ବସୁନ୍ଧରା ଯୋଜନାରେ ସ୍ଥାୟୀ ଜମି ପଟ୍ଟା ଓ ଜାତି ପ୍ରମାଣପତ୍ର ପ୍ରଦାନ ଦାବିରେ ଜେଲଭରୋ ଆନ୍ଦୋଳନ କରାଯାଇଛି । ସାମାଜିକ ନ୍ୟାୟ ଅଧିକାର ମଞ୍ଚ ପକ୍ଷରୁ ରେମୁଣା ହାତିଆଗଣ୍ଡ ଛକଠାରୁ ଶହ ଶହ ଆଦିବାସୀ ବିଶାଳ ରାଲିରେ ଆସି ରେମୁଣା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜେଲଭରୋ ଆନ୍ଦୋଳନ କରିଥିଲେ ।

80 ବର୍ଷ ହେଲା ମିଳୁନି ସ୍ଥାୟୀ ପଟ୍ଟା, ପ୍ରତିବାଦରେ ଜେଲ ଭରୋ ଆନ୍ଦୋଳନ

ଏହି ଗ୍ରାମରେ ୮୦ ବର୍ଷ ଧରି ବସବାସ କରୁଥିବା ୧୨୨ଟି ଆଦିବାସୀ ଭୂମିହୀନ ପରିବାର ଓ ୬୦୦ରୁ ଅଧିକ ଭୋଟଦାତା ରେମୁଣା ତହସିଲ ଓ ବ୍ଲକର ଅବହେଳାର ଶିକାର ହୋଇ ସେମାନଙ୍କର ମୌଳିକ ଅଧିକାର ଯଥା ଭୂମିହୀନ ପଟ୍ଟା, ଜାତି ପ୍ରମାଣପତ୍ର, ରାସ୍ତା, ପାନୀୟ ଜଳ, ବିପିଏଲ ବିଜୁଳି ବିତରଣ, ଅଙ୍ଗନବାଡ଼ି ଗୃହ, ଲେବର କାର୍ଡ଼, ଶିକ୍ଷା ଓ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଯାଇଥିଲେ ହେଁ ପ୍ରଶାସନର ବୈମାତୃକ ମନୋଭାବ ହେତୁ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସବୁ ଏହି ଗରିବ ଆଦିବାସୀମାନଙ୍କ ପାଖରେ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details