ଓଡିଶା

odisha

ଦିବ୍ୟାଙ୍ଗଙ୍କ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଘର ଓ ମୁଠାଏ ଦାନା ପାଇଁ ଦିବ୍ୟାଙ୍ଗ ଯାଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ । ହେଲେ ହୋଇପାରିଲାନି ସାକ୍ଷାତ । ପୋଲିସ କର୍ମଚାରୀ ତାଙ୍କୁ ଉଠାଇ ନେଇ ମାଡ଼ ମାରିବା ସହ ଗିରଫ କରିଥିଲେ । ଯାହାକୁ ନେଇ ପ୍ରତିବାଦ କରିଛି ଦିବ୍ୟାଙ୍ଗ ସୁରକ୍ଷା ସଂଘ । ଅଧିକ ପଢ଼ନ୍ତୁ

By

Published : Dec 29, 2022, 5:48 PM IST

Published : Dec 29, 2022, 5:48 PM IST

Updated : Dec 29, 2022, 6:33 PM IST

against the arrest of handicapped
ଦିବ୍ୟାଙ୍ଗ ଯୁବକଙ୍କୁ ଗିରଫ ପ୍ରତିବାଦ

ଦିବ୍ୟାଙ୍ଗ ଯୁବକଙ୍କୁ ଗିରଫ ପ୍ରତିବାଦ

ବାଲେଶ୍ବର :ଦିବ୍ୟାଙ୍ଗ ଯୁବକଙ୍କୁ ଗିରଫ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ (against the arrest of handicapped youth ) । ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ତାଙ୍କ ସମ୍ନାକୁ ଯାଇ ଦିବ୍ୟାଙ୍ଗ ଯୁବକ ମୃତ୍ୟୁଞ୍ଜୟ ମହାପାତ୍ର ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ସେହି ସମୟରେ ପୋଲିସ ତାଙ୍କୁ ଉଠାଇନେଇ ଥାନାରେ ଅଟକ ରଖିଥିଲା । ପରେ ମୃତ୍ୟୁଞ୍ଜୟଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ପଠାଇ ଦେଇଥିଲା ।

ସେଠାରେ ତାଙ୍କର ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେଦିବ୍ୟାଙ୍ଗ ଯୁବକଙ୍କୁ ଗିରଫ କରିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି ଓଡ଼ିଶା ଦିବ୍ୟାଙ୍ଗ ସୁରକ୍ଷା ସଂଘ। ଏନେଇ ଦିବ୍ୟାଙ୍ଗ ସୁରକ୍ଷା ସଂଘ ସଭାପତି କେଶବ ଚନ୍ଦ୍ର ରାଉତ ଓ ଜିଲ୍ଲା ମହିଳା ସଭାନେତ୍ରୀ ଭଦ୍ରକ ସଂଘର ସଭାପତି ଝୁନୁଲତା ଦାସଙ୍କ ନେତୃତ୍ୱରେ ବହୁ ଦିବ୍ୟାଙ୍ଗ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୨ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ଦିବ୍ୟାଙ୍ଗ ଯୁବକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ତାଙ୍କର ବିଧବା ମାଆ ଦୀର୍ଘ ୨୨ବର୍ଷ ହେବ ଏକ ପଲିଥିନ ଘେରା ଭଙ୍ଗା କୁଡ଼ିଆରେ ଜୀବନ ବିତାଉଛନ୍ତି । ମୃତ୍ୟଞ୍ଜୟଙ୍କ ବାପା ନାରାୟଣ ଉପାଧ୍ୟାୟ ଦୀର୍ଘ ୨୧ବର୍ଷ ଆବାସ ଘରଟିଏ ପାଇଁ ପଞ୍ଚାୟତରୁ ବ୍ଲକ ଦୌଡ଼ିଦୌଡ଼ି ଶେଷରେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଗତବର୍ଷ ମୃତ୍ୟୁବରଣ କରିଛନ୍ତି ।

ଏବେ ମୃତ୍ୟୁଞ୍ଜୟ ତାଙ୍କ ବିଧବା ମାଆଙ୍କୁ ଭଲ ଘରେ ରଖିବା ପାଇଁ ସରପଞ୍ଚ, ବିଡ଼ିଓ, ଜିଲ୍ଲାପାଳ ଏବଂ ଜନଶୁଣାଣି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆବାସ ଘରଟିଏ ପାଇଁ ଗୁହାରି କରିଥିଲେ । ମାତ୍ର ତାଙ୍କ ଗୁହାରି କେହି ଶୁଣି ନଥିଲେ । ପରେ ଖଇରା ବିଡ଼ିଓ ପର୍ଶୁରାମ ପଣ୍ଡା ଦିବ୍ୟାଙ୍ଗ ଯୁବକଙ୍କ ଘରେ ପହଞ୍ଚି ତାଙ୍କୁ ଘରଟିଏ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ହେଲେ ଏହି ପ୍ରତିଶୃତିକୁ ବର୍ଷେ ପୁରିଯାଇଛି । ତଥାପି ଏଯାଏଁ ମୃତ୍ୟୁଞ୍ଜୟକୁ ଆବାସ ଘରଟିଏ ମିଳିନାହିଁ । ଏହାକୁ ନେଇ ଅନେକ ମାନସିକ ଚିନ୍ତାରେ ରହୁଥିଲେ । ଗତ 22 ତାରିଖରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଗସ୍ତରେ ଆସିଥିବା ବେଳେ ତାଙ୍କ ସମ୍ନାକୁ ଯାଇ ଆତ୍ମାହୁତି ଉଦ୍ୟମ ସମୟରେ ପୋଲିସ ତାଙ୍କୁ ଉଠାଇନେଇ ଥାନାରେ ଅଟକ ରଖିଥିଲା । ପରେ ମୃତ୍ୟୁଞ୍ଜୟଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ପଠାଇ ଦେଇଥିଲା । ସେଠାରେ ତାଙ୍କର ଜାମିନ ଖାରଜ ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ତେବେ ସେହି ସମୟରେ ସୁରକ୍ଷାରେ ଥିବା ପୋଲିସ୍ କର୍ମଚାରୀମାନେ ତାଙ୍କୁ ମାର୍‌ପିଟ୍ କରିବାସହ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ତେଣୁ ମୃତ୍ୟୁଞ୍ଜୟଙ୍କ ବିରୋଧରେ ପୋଲିସ୍ ରୁଜୁ କରିଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ଦାବି ଉଠିଛି । ସେହିପରି ତାଙ୍କୁ ଯେଉଁ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଚାକିରିରୁ ବହିଷ୍କାର କରିବାପାଇଁ ଦାବି କରାଯାଇଛି । ତୁରନ୍ତ ଏହି ୨ଦଫା ଦାବି ପୂରଣ ନହେଲେ ଓଡ଼ିଶା ଦିବ୍ୟାଙ୍ଗ ସୁକ୍ଷା ସଂଘ ପକ୍ଷରୁ ରାଜରାସ୍ତାରେ ପ୍ରଶାସନ ବିରୋଧରେ ଧାରଣା ଦିଆଯିବା ସହ ଆମରଣ ଅନଶନ କରାଯିବ ବୋଲି ସଂଘ ସଭାପତି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

Last Updated : Dec 29, 2022, 6:33 PM IST

ABOUT THE AUTHOR

...view details