ଓଡିଶା

odisha

ETV Bharat / state

ନଭେମ୍ବରରୁ କାର୍ଯ୍ୟବନ୍ଦ ଚେତାବନୀ ଦେଲା ନେସ୍କୋ - ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ

7 ଦଫା ଦାବି ପୂରଣ ନେଇ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ ଆନ୍ଦୋଳନ । ଦାବି ପୂରଣ ନ ହେଲେ ନଭେମ୍ବର 25 ତାରିଖରୁ କାର୍ଯ୍ୟବନ୍ଦ ଚେତାବନୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

By

Published : Aug 28, 2019, 4:37 PM IST

ବାଲେଶ୍ୱର: ଜିଲ୍ଲାର ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ଆନ୍ଦୋଳନ । ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଶ୍ରମିକ କର୍ମଚାରୀ ଇଞ୍ଜିନିୟର ଏକତା ମଞ୍ଚ ପକ୍ଷରୁ 7 ଦଫା ଦାବି ନେଇ ଏହି ବିକ୍ଷୋଭ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
ନେସ୍କୋ ଅଧୀନରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ଖାଲି ପଡିଥିବା ପଦବୀ ତୁରନ୍ତ ପୁରଣ କରିବା ଭଳି ଦାବି ହୋଇଥିଲା। ନେସ୍କୋ କର୍ତ୍ତୃପକ୍ଷ ସମସ୍ତ ଦାବି ପୂରଣ ନ କଲେ ଆଗାମୀ ନଭେମ୍ବର 25 ତାରିଖରୁ ନେସ୍କୋ କର୍ମଚାରୀଙ୍କ ପକ୍ଷରୁ ସମସ୍ତ କର୍ମଚାରୀ ଓ ଶ୍ରମିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ଆନ୍ଦୋଳନରେ ନେସ୍କୋ ଅଧୀନରେ ଥିବା 5 ଟି ଜିଲ୍ଲା ବାଲେଶ୍ୱର,ଭଦ୍ରକ, ମୟୂରଭଞ୍ଜ ଯାଜପୁର ଓ କେନ୍ଦୁଝରର ଶ୍ରମିକ ନେତାମାନେ ଉପସ୍ଥିତ ଥିଲେ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details