ବାଲେଶ୍ଵର: ରେମୁଣା ବ୍ଲକ ମଙ୍ଗଳପୁର ପଞ୍ଚାୟତବାସୀ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି । ରେମୁଣା ବ୍ଲକ ସମ୍ମୁଖରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତାକୁ ନେଇ ହିତାଧିକାରୀମାନେ ଧାରଣା ଦେଇଛନ୍ତି।
ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା, ବ୍ଲକ ଅଫିସ ଘେରିଲେ ହିତାଧିକାରୀ
ବାଲେଶ୍ଵର ରେମୁଣା ବ୍ଲକ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଛି । ଉପଯୁକ୍ତ ବଣ୍ଟନ କରୁନଥିବା ଅଭିଯୋଗ କରି ସ୍ବୟଂ ସହାୟିକା ଗୋଷ୍ଠୀକୁ ବଣ୍ଟନର ଦାୟିତ୍ବ ନ ଦେବା ପାଇଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଧାରଣା ଦେଇଛନ୍ତି ।
ମଙ୍ଗଳପୁର ପଞ୍ଚାୟତରେ 2 ବର୍ଷ ପୂର୍ବେ ଖାଉଟି ସାମଗ୍ରୀ ବଣ୍ଟନର ଦାୟିତ୍ବ ଏକ ସ୍ବୟଂ ସହାୟିକା ଗୋଷ୍ଠୀକୁ ଦିଆଯାଇଥିଲା । ଉକ୍ତ ସ୍ବୟଂ ସହାୟିକା ଗୋଷ୍ଠୀ ଉପଯୁକ୍ତ ବଣ୍ଟନ କରୁନଥିବା ଅଭିଯୋଗ ହୋଇଛି। ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ସ୍ବୟଂ ସହାୟିକା ଗୋଷ୍ଠୀର ଲାଇସେନ୍ସ ରଦ୍ଦ କରାଯାଇଛି । ବର୍ତ୍ତମାନ ଖାଉଟି ସାମଗ୍ରୀ ବଣ୍ଟନର ଦାୟିତ୍ବ ପଞ୍ଚାୟତକୁ ଦିଆଯାଇଛି।
ପୂର୍ବରୁ ଅଭିଯୋଗ ହୋଇଥିବା ସମ୍ପୃକ୍ତ ସ୍ବୟଂ ସହାୟିକା ଗୋଷ୍ଠୀକୁ ପୁଣି ଦାୟିତ୍ବ ଦେବାର ସୂଚନା ରହିଛି । 2 ମାସ ହେଲା ଖାଉଟି ସାମଗ୍ରୀ ପାଇବାରୁ ହିତାଧିକାରୀ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହିତାଧିକାରୀମାନେ ଧାରଣା ଦେଇଛନ୍ତି ମଙ୍ଗଳପୁର ପଞ୍ଚାୟତବାସୀ ।