ଓଡିଶା

odisha

ETV Bharat / state

କୃଷି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ - ଓଡିଶା କୃଷକ ସଭା

ସିଟୁ, ଓଡିଶା କୃଷକ ସଭା ଓ କ୍ଷେତ ମଜଦୂର ସଭା ପକ୍ଷରୁ ବାଲେଶ୍ଵର ଜିଲ୍ଲାପାଳ ଅଫିସ ଆଗରେ କୃଷକଙ୍କ ସମସ୍ୟା,ଋଣଛାଡ ଏବଂ ପେନସନକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଫଟୋ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ଵର

By

Published : Sep 5, 2019, 11:51 PM IST

ବାଲେଶ୍ଵର : ଜିଲ୍ଲାପାଳ ଅଫିସ ସମ୍ମୁଖରେ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଭାରତୀୟ ବାଣିଜ୍ୟ ସଙ୍ଗଠନ (ସିଟୁ), ଓଡିଶା କୃଷକ ସଭା ଓ କ୍ଷେତ ମଜଦୂର ସଭା ପକ୍ଷରୁ 11 ଦଫା ଦାବି ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ବାଲେଶ୍ଵର

କୃଷିଜାତ ଦ୍ରବ୍ୟର ମୋଟ ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣା ପ୍ରଦାନ, କୃଷକଙ୍କ ଋଣଛାଡ, କୃଷକ ଓ କୃଷି ଶ୍ରମିକଙ୍କୁ ମାସିକ 5 ହଜାର ଟଙ୍କା ପେନସନ ପ୍ରଦାନ, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ କରିବାକୁ ନେଇ ଏହି ବିକ୍ଷୋବ କରାଯାଇଛି। ଏହି ବିକ୍ଷୋଭର ନେତୃତ୍ବ ପ୍ରଦୀପ୍ତ ପଣ୍ଡା, ପ୍ରେମରଞ୍ଜନ ପାତ୍ର, ଶିଶିର ହୁଇ ପ୍ରମୁଖ ନେଇଥିଲେ।

ବାଲେଶ୍ଵରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details