ଓଡିଶା

odisha

ETV Bharat / state

ଜମିଜମା ବିବାଦରୁ ଗଡ଼ିଲା ମୁଣ୍ଡ ! ଠେଙ୍ଗା ମାଡ଼ରେ ପଡ଼ୋଶୀ ମୃତ - ଜମିଜମା ବିବାଦରୁ ବୀଭତ୍ସ ହତ୍ୟା

ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ାରେ ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ପୁଅର ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ। ଅଧିକ ପଢନ୍ତୁ

ଜମିଜମା ବିବାଦରୁ ହତ୍ୟା ଅଭିଯୋଗ
ଜମିଜମା ବିବାଦରୁ ହତ୍ୟା ଅଭିଯୋଗ

By

Published : Jul 27, 2023, 8:25 PM IST

ବାଲେଶ୍ଵର:ଜମିଜମା ବିବାଦରୁ ବୀଭତ୍ସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଖନ୍ତାପଡ଼ା ଥାନା କସବା ଜୟପୁର ପଞ୍ଚାୟତ ଜିରତାଳ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକର ଘଟଣା । ଅଭିଯୋଗ ପରେ ଖନ୍ତାପଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଜିରତାଳ ଗାଁର ଯୋଗେନ୍ଦ୍ର ଏବଂ ଚୈତନ୍ୟ ରାଉତଙ୍କ ମଧ୍ୟରେ ପୂର୍ବରୁ ଜମିବାଡ଼ି ବିବାଦ ଲାଗି ରହିଥିଲା । ବର୍ଷା ଯୋଗୁଁ ଚୈତନ୍ୟଙ୍କ ଖତ ଗାଡ଼ିଆରୁ ଯୋଗେନ୍ଦ୍ରଙ୍କ ବାଡିକୁ ପାଣି ଆସିଥିଲା । ଯାହାକୁ ଯୋଗେନ୍ଦ୍ରଙ୍କ ଝିଅ ଏବଂ ପରିବାରଲୋକେ ପ୍ରତିବାଦ କରିଥିଲେ ।

ଗୁରୁବାର ଏହି ଘଟଣାକୁ ନେଇ ଉଭୟ ପରିବାର ମଧ୍ୟରେ ଆରମ୍ଭ ହୋଇଥିବା ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା । ଫଳରେ ଚୈତନ୍ୟ ଏକ ଠେଙ୍ଗାରେ ମାଡ଼ ଦେବାରୁ ଯୋଗେନ୍ଦ୍ର ତଳେ ପଡି ଯାଇଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ଯୋଗେନ୍ଦ୍ରଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଯୋଗେନ୍ଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଖନ୍ତାପଡ଼ା ପୋଲିସ ଘାଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବାବେଳେ ଆକ୍ରମଣକାରୀ ଫେରାର ଥିବା ଜଣାପଡିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ଆଉ ଏକ ତଥ୍ୟ ମଧ୍ୟ ଶୁଣିବାକୁ ମିଳୁଛି । ଜମିଜମା ବିବାଦକୁ ନେଇ ଯୋଗେନ୍ଦ୍ର ଏବଂ ଚୈତନ୍ୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ବଚସା ଲାଗି ରହୁଥିଲା । ଆଜି ପଡ଼ୋଶୀ ଚୈତନ୍ୟ ରାଉତ ଯୋଗେନ୍ଦ୍ରଙ୍କ ପରିବାରଲୋକଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ପାଇଥିଲେ ଯୋଗେନ୍ଦ୍ର । ବିଲରୁ କାମ ସାରି ଘରକୁ ଆସିବା ପରେ ଯୋଗେନ୍ଦ୍ର ଦେଖିଥିଲେ ଯେ, ତାଙ୍କ ପତ୍ନୀଙ୍କ ସମେତ ବଡ଼ ଝିଅକୁ ଉଲଗ୍ନ କରି ମାଡ଼ ମାରୁଛନ୍ତି ପଡ଼ୋଶୀ । ଏହାକୁ ବିରୋଧ କରିବାରୁ ପାଖରେ ପଡ଼ିଥିବା ଏକ ବାଉଁଶ ଠେଙ୍ଗା ସାହାଯ୍ୟରେ ଚୈତନ୍ୟ ଓ ତାଙ୍କ ସ୍ତ୍ରୀ ସୁକାନ୍ତି ରାଉତ ମିଶି ଯୋଗେନ୍ଦ୍ରଙ୍କ ମୁଣ୍ଡକୁ ଆକ୍ରମଣ କରିଥିବା କୁହାଯାଉଛି । ଫଳରେ ଘଟଣାସ୍ଥଳରେ ଯୋଗେନ୍ଦ୍ର ଅଚେତ ହୋଇ ପଡ଼ିଥିବାବେଳେ ପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ।

ଏହା ବି ପଢନ୍ତୁ...ଜମିବାଡି ଲୋଭରେ ଭୁଲିଲେ ହିତାଧିତ ଜ୍ଞାନ, ଦିଅର ପନିକି ଚୋଟରେ ଭାଉଜ ଓ ପୁତୁରା ଗୁରୁତର

ତେବେ ଗ୍ରାମବାସୀଙ୍କ ସହଯୋଗରେ ତାଙ୍କୁ ତୁରନ୍ତ ଖନ୍ତାପଡ଼ା ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ବାବଦରେ ମୃତକଙ୍କ ପୁଅ ଗଜେନ୍ଦ୍ର ଖନ୍ତାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଖନ୍ତାପଡ଼ା ଥାନା ଅଧିକାରୀ ତାଙ୍କ ଟିମ୍ ପଠାଇ ଅଭିଯୁକ୍ତ ସୁକାନ୍ତି ରାଉତଙ୍କୁ ତାଙ୍କ ବାପ ଘର କାନ୍ଥିପଦାରୁ ଆଣି ଥାନାରେ ଅଟକ ରଖିଛନ୍ତି । ଅଧିକ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details