ଓଡିଶା

odisha

ETV Bharat / state

ସୋର ଜେଲରୁ କଏଦୀ ଫେରାର, ଗାଁରେ ଚାଲିଛି ଖୋଜା

ବାଲେଶ୍ବର ଜିଲ୍ଲା ସୋର ଉପକାରାଗାରରୁ ଜଣେ ବିଚାରଧୀନ କଏଦୀ ଫେରାର । କଏଦୀଙ୍କୁ ଖୋଜିବା ପାଇଁ ଗାଁ ଗାଁ ବୁଲୁଛନ୍ତି ଜେଲ କର୍ମଚାରୀ । ଅଧିକ ପଢନ୍ତୁ

By

Published : Sep 2, 2022, 8:44 AM IST

ସୋର ଜେଲରୁ କଏଦୀ ଫେରାର, ଗାଁରେ ଖୋଜୁଛନ୍ତି ଜେଲ କର୍ମଚାରୀ
ସୋର ଜେଲରୁ କଏଦୀ ଫେରାର, ଗାଁରେ ଖୋଜୁଛନ୍ତି ଜେଲ କର୍ମଚାରୀ

ବାଲେଶ୍ବର: ସୋର ଉପକାରାଗାରରୁ ଜଣେ ବିଚାରଧୀନ କଏଦୀ ଫେରାର । କଏଦୀଙ୍କୁ ଖୋଜିବା ପାଇଁ ଗାଁ ଗାଁ ବୁଲୁଛନ୍ତି ଜେଲ କର୍ମଚାରୀ । ଅନ୍ୟପଟେ ବିଚାରାଧୀନ କଏଦୀମାନଙ୍କୁ ଅତ୍ୟଧିକ କାମରେ ଲଗାଇବା ସହ ନିମ୍ନ ମାନର ଖାଦ୍ୟ ଦେଇ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଯେଉଁଥି ପାଇଁ ବିଭିନ୍ନ ସମୟରେ କଏଦୀ ମାନେ ନିର୍ଯାତନା ସହି ନପାରି ଖସି ପଳାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ତେବେ ଜେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ ଖସି ଯିବାରେ କଏଦୀ ସଫଳ ହୋଇଥିବା କିଛି ଗ୍ରାମବାସୀ କହିଛନ୍ତି । ଏଥିସହ କଏଦୀ ଜଣକ ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଅଞ୍ଚଳର ଘନ ସିଂ ବୋଲି ଜଣାପଡିଛି ।

ଅନ୍ୟପଟେ ଏମିତି ବିବାଦ ସୋର ଜେଲ ପିଛା ଛାଡୁନି । କିଛିଦିନ ହେଲା ଲଗାତର ଭାବେ ଜେଲରେ କଏଦୀଙ୍କୁ ମାଡ଼, ନିମ୍ନମାନର ଖାଦ୍ୟ, ଏମିତିକି ଜଣେ କଏଦୀର ଆତ୍ମହତ୍ୟା, ଜେଲ ଭିତରେ ମୋବାଇଲ ଜବତ ଭଳି ଘଟଣା ସାମ୍ନାକୁ ଆସିଛି । ଏସବୁ କିଛି ଘଟଣା ନୂଆ ଜେଲର ଦାୟିତ୍ବ ନେବାପରେ ଘଟୁଥିବା ଚର୍ଚ୍ଚା ହେଉଛି । ଏଥିପାଇଁ ଏ ସମସ୍ତ ଘଟଣା ପାଇଁ ଜେଲରଙ୍କୁ ଦାୟୀ କରିଛନ୍ତି ଲୋକେ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details